ଓଡିଶା

odisha

ETV Bharat / state

ଢେଙ୍କାନାଳରେ ବାଣ ବିସ୍ଫୋରଣ: 2 ଶିଶୁ ଜୀବନ୍ତ ଦଗ୍ଧ ଓ ଜଣେ ଗୁରୁତର - ବାଣ ବିସ୍ପୋରଣ 2ଶିଶୁ ମୃତ ଓ ଜଣେ ସଙ୍କଟାପନ୍ନ

ଢେଙ୍କାନାଳରେ ବାଣ ବିସ୍ଫୋରଣ । 2 ଶିଶୁ ମୃତ ଓ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ସୋଗର ଗ୍ରାମରେ ଘଟିଛି ଏହି ଅଘଟଣ ।ଅଧିକ ପଢନ୍ତୁ...

blasting-two-children-killed-and-one-was-in-critical-condition-in-dhenkanal
ଢେଙ୍କାନାଳରେ ବାଣ ବିସ୍ଫୋରଣ: 2 ଶିଶୁ ଜୀବନ୍ତ ଦଗ୍ଧ ଓ ଜଣେ ଗୁରୁତର

By

Published : May 6, 2020, 1:14 PM IST

Updated : May 6, 2020, 7:26 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ସୋଗର ଗ୍ରାମରେ ବାଣ ବିସ୍ଫୋରଣ । 2ଶିଶୁ ମୃତ ଓ ଜଣେ ସଙ୍କଟାପନ୍ନ ନେଇ ଗ୍ରାମରେ ଶୋକକୁଳ ପରିବେଶ।ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ବିସ୍ଫୋରଣର କାରଣ ଖୋଜୁଛି।

ଢେଙ୍କାନାଳରେ ବାଣ ବିସ୍ଫୋରଣ: 2 ଶିଶୁ ଜୀବନ୍ତ ଦଗ୍ଧ ଓ ଜଣେ ଗୁରୁତର

ଢେଙ୍କାନାଳ ତୁମୁସିଂହା ଥାନା ଅନ୍ତର୍ଗତ ସୋଗର ନୂଆ ସାହିରେ ଘଟିଛି ବାଣ ବିସ୍ଫୋରଣ । ଏହି ବିସ୍ପୋରଣ ରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଛି । ମୃତ ଶିଶୁ ଦୁଇଜଣ ହେଲେ ସୋଗର ନୂଆସହିର ସରୋଜ ସାହୁଙ୍କ ପୁଅ ସାଇ ଓ ତାଙ୍କ ପଡିଶା ମନୋଜ ସାହୁଙ୍କ ପୁଅ କ୍ରୀଷ୍ଣା । ତେବେ ଏହି ବିସ୍ପୋରଣ ରେ ଗୁରୁତର ହୋଇଥିବା ସରୋଜ ସାହୁଙ୍କ ବଡ ପୁଅ ସମ୍ବିତ ସାହୁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ସୋଗର ନୂଆ ସାହିର ସରୋଜ ସାହୁଙ୍କର ଘରେ ଏହି ବିଷ୍ପୋରଣ ଘଟିଛି। ଏହି ଶିଶୁ 3ଜଣ ଘରେ ଖେଳୁଥିଲେ । ସରୋଜଙ୍କ ଘରେ ପୂଜା ସାମଗ୍ରୀ ଦୋକାନ ସାଙ୍ଗକୁ ବାଣ ଗଛିତଥିବାରୁ ଏହି ବିଷ୍ପୋରଣର କାରଣ ହୋଇଛି। ତେବେ କୌଣସି କାରଣ ବଶତଃ ବାଣ ବିସ୍ଫୋରଣ ଘଟିଥିଲା ।

ଏପରିକି ଏହି ବିସ୍ପୋରଣ ରେ ଅଗ୍ନିକାଣ୍ଡ ଘଟିଥିବା ସହ ଦୁଇ ବଖରା ଛାତ ଉଡିଯାଇଥିବା ଦେଖାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସହ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶିଶୁ 3ଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ବିସ୍ଫୋରଣ ଅତି ଭୟଙ୍କର ହୋଇଥିବା ସହ ନିଆଁ ଲାଗିଥିବାରୁ ଗ୍ରାମବାସୀ ପିଲାମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ପାରିନଥିଲା। ଦମକଳ ବାହିନୀ ବିଳମ୍ବ ନକରି ସଠିକ ସମୟରେ ପହଁଚି ପାରିଥିଲେ ହୁଏତ ଦୁଇ ପିଲାଙ୍କ ଜୀବନ ରକ୍ଷାହୋଇ ପାରିଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ବିସ୍ଫୋରଣର କାରଣ ଖୋଜୁଛି। ମାତ୍ର ଏହି ଘଟଣାରେ ଦୁଇ ଦୁଇଟି ସରଳ ନିଷ୍ପାପ ଶିଶୁଙ୍କର ଏପରି ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 6, 2020, 7:26 PM IST

ABOUT THE AUTHOR

...view details