ଢେଙ୍କାନାଳ :କୋଭିଡ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟରକୁ ନେଇ ବିରୋଧ ଦେଖିବାକୁ ମିଳିଛି। ଏହାର ପ୍ରତିବାଦ କରି ପୋଷ୍ଟର ଚିରିଲେ ବିଜେପି କର୍ମୀ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।
ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଚିରିଲେ ବିଜେପି କର୍ମୀ - vaccination center dispute
ଥମିବାର ନାଁ ନେଉନି ଫଟୋ ରାଜନୀତି । ଢେଙ୍କାନାଳ ଟୀକାକରଣ କେନ୍ଦ୍ରରେ ଉତ୍ତେଜନା। ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟର ଫାଡିଲେ ବିଜେପି କର୍ମୀ। ଅଧିକ ପଢନ୍ତୁ...
ମିଳିଥିବା ସୂଚନା ଅନୁସାରେ କୋଭିଡ ଟୀକା ପ୍ରଦାନ ଓ କୋଭିଡ ସେଣ୍ଟର ମାନଙ୍କରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ସହ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏପରିକି ଢେଙ୍କାନାଳରେ ଜିଲ୍ଲା ବିଜେପିର କର୍ମୀମାନେ ବିଭିନ୍ନ କୋଭିଡ ଟୀକାକେନ୍ଦ୍ର ଗୁଡି଼କ ଆଗରେ ପ୍ରତିବାଦ କରିଛନ୍ତି। କୋଭିଡ ସେଣ୍ଟର ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ଲାଗିଥିବା ପୋଷ୍ଟର ଗୁଡିକୁ ବିଜେପି କର୍ମୀମାନେ ଚିରି ପକାଉଥିବା ଦେଖିବାକୁ ମିଳିଥିଲା । ବିଜେପି କର୍ମୀମାନଙ୍କ ପକ୍ଷରୁ ପୋଷ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଦଳରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁ ବୋଲି ଦାବି ମଧ୍ୟ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର ,ଇଟିଭି ଭାରତ