ଓଡିଶା

odisha

By

Published : Jan 27, 2020, 12:06 PM IST

ETV Bharat / state

ଆଳୁ ବସ୍ତା ନେଇ ଫେରିବାବେଳେ ଦୁର୍ଘଟଣା, ଲୁନା ଚାଳକ ମୃତ

ଅଜଣା ଗାଡି ଧକ୍କାରେ ଲୁନା ଚାଳକ ମୃତ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉରିଆପାଳ ପୋଲ ନିକଟରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ...

biker dead in road accident
ପ୍ରତିକାତ୍ମକ ଫଟୋ

ଢେଙ୍କାନାଳ: ଜାତୀୟ ରାଜପଥ-୫୫ରେ ଏକ ଲୁନା ଉପରେ ଅଜଣା ଗାଡି ମାଡିଯାଇଛି । ଏହି ଦୁର୍ଘଟଣାରେ ଲୁନା ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉରିଆପାଳ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଅଜଣା ଗାଡି ଧକ୍କାରେ ଲୁନା ଚାଳକ ମୃତ

ମୃତକ ସ୍ଥାନୀୟ ପସାସିଂହ ଗ୍ରାମର ପ୍ରସନ୍ନ ବେହେରା ବୋଲି ଜଣାପଡିଛି । ପ୍ରସନ୍ନ ଆଜି ସକାଳୁ ଚାଇଁପୁର ଛକରୁ ଲୁନା ଯୋଗେ ଏକ ଆଳୁ ବସ୍ତା ନେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡି ପଳାଇ ଯାଇଛି ।ଖବରପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details