ଢ଼େଙ୍କାନାଳ: ବାଇକ ଲୁଟ ରାକେଟର ପଦ୍ଦାଫାର୍ସ । ମିଳି ମିଶି ଚାଲିଥିଲା ଲୁଟ । ଢେଙ୍କନାଳ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ କର୍ମଚାରୀଙ୍କ ବାଇକ ଲୁଟ ଘଟଣାରେ ଜଣେ ବ୍ୟକ୍ତିଙ୍କ ସମେତ ଦୁଇ ନାବାଳକକୁ ଗିରଫ କରିଛି ଢେଙ୍କାନାଳ ଟାଉନ ପୋଲିସ । ଜଣେ ଅଭିଯୁକ୍ତ ଢେଙ୍କାନାଳ ଗୋବିନ୍ଦପୁରର ଇନ୍ଦ୍ରଜିତ ଚକ୍ର ଏବଂ ଅନ୍ୟ ଦୁଇଜଣ ନାବାଳକ ଗୁଡିଆନାଡି ଓ ମଣ୍ଡପାସାହିର ହୋଇଥିବା ଜଣାପଡିଛି ।
ଲୁଟ ବାଇକ ସହ ତିନି ଲୁଟେରା ଗିରଫ
ବାଇକ ଲୁଟ ରାକେଟର ପର୍ଦ୍ଦାଫାସ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରୁ କର୍ମଚାରୀଙ୍କ ବାଇକ ଲୁଟ ଘଟଣାରେ 3 ଅଭିଯୁକ୍ତ ଗିରଫ କରିବ । ଚୋରି ବାଇକ ଜବତ କଲା ପୋଲିସ ।
ସୂଚନା ଅନୁଯାୟୀ, ଗତ 28 ତାରିଖ ରାତି 9 ଟା ସମୟରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ କର୍ମଚାରୀଙ୍କ ଏକ ପଲସର ବାଇକ ଚୋରି ହୋଇଥିଲା । ତେବେ ଲୁଟେରାଙ୍କ ଯୋଜନାବଦ୍ଧ ଲୁଟର ଭିଜୁଆଲ ହସ୍ପିଟାଲ ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଖୁବ ଚତୁରତାର ସହ ଢେଙ୍କାନାଳରୁ ଏହି ବାଇକ ଲୁଟ ରାକେଟ ଭୁବନେଶ୍ବର ଯାଏ ଲମ୍ବିଥିଲା । ମାତ୍ର ସିସିଟିଭ ଫୁଟେଜକୁ ଆଧାର କରି ଏହି ରାକେଟରେ ପର୍ଦ୍ଦାଫାସ କରିଛି ପୋଲିସ । ଭୁବନେଶ୍ବର ନୟାପଲ୍ଲୀରୁ ଚୋରି ବାଇକକୁ ଜବତ କରିବା ସହ ଅଭିଯୁକ୍ତ 3 ଜଣ ଲୁଟେରାଙ୍କୁ ଢେଙ୍କାନାଳ ଟାଉନ ପୋଲିସ ଗିରଫ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ