ଢେଙ୍କାନାଳ: ଗ୍ରାମାଞ୍ଚଳରେ କାୟା ମେଲାଉଛି ନ୍ୟୁଜିଲାଣ୍ଡର ଭିଡକମ ( vidcom ) କମ୍ପାନୀ ନାମକ ଏକ ଘରୋଇ ଅର୍ଥ ନେଣଦେଣ କାରୀ ସଂସ୍ଥା । ଟାର୍ଗେଟରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ । କମିସନ ଲୋଭ ଦେଖାଇ ଏଜେଣ୍ଟଙ୍କ ଜରିଆରେ କରୁଛି ଅର୍ଥ ନେଣଦେଣ । କମ୍ପାନୀ କେତେ ଠିକ୍ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ସେପଟେ ଲୋକଙ୍କ ଭରସାଯୋଗ୍ୟ ହେବାକୁ ସରକାରୀ କାର୍ଯ୍ୟାଳୟରେ କମ୍ପାନୀ ବୈଠକ କରୁଛି । ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଏହି କମ୍ପାନୀ ବୈଠକ କରୁଥିବା ଦେଖିବାକୁ ମିଳିଛି ।
ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଘରୋଇ କମ୍ପାନୀର ବୈଠକ - ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଘରୋଇ କମ୍ପାନୀର ବୈଠକ
ବିନା ଅନୁମତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଘରୋଇ କମ୍ପାନୀର ବ୍ୟବସାୟିକ ବୈଠକ କଲେ ସରପଞ୍ଚଙ୍କ ସ୍ବାମୀ । ଗାଁରେ ସର୍ଭିସ ପଏଣ୍ଟ କରି ଅର୍ଥ କାରବାର କରୁଛି ବିଦେଶୀ କମ୍ପାନୀ । ଅଧିକ ପଢନ୍ତୁ
ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଘରୋଇ କମ୍ପାନୀର ବୈଠକ
ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଘରୋଇ କମ୍ପାନୀର ବୈଠକ
ଭୁଷଳ ସରପଞ୍ଚ ଟୁନୀ ମଲ୍ଲିକଙ୍କ ସ୍ବାମୀ ଚିତରଞ୍ଜନ ମଲ୍ଲିକ ଏଥିପାଇଁ ଅନୁମତି ଦେଇଥିବା ବେଳେ ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ ।ଏଠାରେ ବ୍ଲକର ୧୮ଟି ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଡିଲର ଓ ରିଟେଲରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବେଆଇନ ବୈଠକକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଏ ନେଇ ଭୁବନ ବ୍ଲକ BDO ଆଶୀର୍ବାଦ ପରିଡା ଅବଗତ ନଥିବା ଜଣାଇଛନ୍ତି । ତେବେ ଖୁବଶୀଘ୍ର ତଦନ୍ତ କରି ସରପଞ୍ଚଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ