ଢେଙ୍କାନାଳ:ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଭୁବନ । ଇତି ମଧ୍ୟରେ ଅନେକ ବର୍ଷ ବିତିଗଲାଣି । ଭୁବନରେ ଜନ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି । ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଅପରପକ୍ଷେ ବାଜି ରାଉତ ସେତୁ ନିର୍ମାଣ ପରେ ଢେଙ୍କାନାଳ ଦେଇ ଭୁବନ ସୁକିନ୍ଦା ମଧ୍ୟ ଦେଇ ଯାଜପୁରକୁ ଯାତାୟାତ ବୃଦ୍ଧିପାଇବାରେ ଲାଗିଛି ।
ଏପରିକି ଭୁବନ ଏନଏସି ଓ ବ୍ଲକ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି । ଏପରିସ୍ଥଳେ ଦୀର୍ଘ ବର୍ଷ ହେଲା ଭୁବନ ବସଷ୍ଟାଣ୍ଡରେ ସୀମିତ ଜାଗାରେ ଜାରି ରହିଛି ଯାତାୟତ ସେବା । ବସ ଓ ଯାତ୍ରୀବାହୀ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଏହି ବସ ଷ୍ଟାଣ୍ଡରେ ନାହିଁ ନଥିବା ସମସ୍ୟା ଦେଖାଯାଉଛି । ଏପରିସ୍ଥଳେ ଏହି ଭୁବନ ବସଷ୍ଟାଣ୍ଡର ସଂପ୍ରସାରଣ କରାଯିବା ଜରୁରୀ ହୋଇପଡିଛି ।