ଢେଙ୍କାନାଳ: ରାଜ୍ୟରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିସହ ତାଳ ଦେଇ ଢେଙ୍କାନାଳ ଜିଲ୍ଲାର ଭୁବନ ସହରରେ ମଧ୍ୟ ବଢୁଛି ପଜିଟିଭଙ୍କ ସଂଖ୍ୟା । ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନକୁ 5 ଦିନ ପାଇଁ ସଟଡାଉନ କରାଯାଇଥିଲା । କିନ୍ତୁ ସୋମବାର ୮୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନର ଚିନ୍ତାକୁ ଦ୍ବିଗୁଣିତ କରିଛି ।
କୋରୋନା ପଜିଟିଭ ଚିହ୍ନଟ ପରେ 72 ଘଣ୍ଟା ସଟଡାଉନ ଭୁବନ ଏନଏସି - ଢେଙ୍କାନାଳ ଖବର
ସୋମବାର ୮୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନର ଚିନ୍ତାକୁ ଦ୍ବିଗୁଣିତ କରିଛି । ଏହି କ୍ରମରେ ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ଭୁବନ ଏନଏସିକୁ ସଟଡାଉନ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଅଧିକ ପଢନ୍ତୁ...
![କୋରୋନା ପଜିଟିଭ ଚିହ୍ନଟ ପରେ 72 ଘଣ୍ଟା ସଟଡାଉନ ଭୁବନ ଏନଏସି Bhuban NAC shutdown for 72 hours after Corona positive detection](https://etvbharatimages.akamaized.net/etvbharat/prod-images/768-512-8378928-328-8378928-1597144346416.jpg)
କୋରୋନା ପଜିଟିଭ ଚିହ୍ନଟ ପରେ 72 ଘଣ୍ଟା ପାଇଁ ସଟଡାଉନ ଭୁବନ ଏନଏସି
କୋରୋନା ପଜିଟିଭ ଚିହ୍ନଟ ପରେ 72 ଘଣ୍ଟା ପାଇଁ ସଟଡାଉନ ଭୁବନ ଏନଏସି
ଏହି କ୍ରମରେ ମଙ୍ଗଳବାରଠୁ ଗୁରୁବାର ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ଭୁବନ ଏନଏସିକୁ ସଟଡାଉନ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ଯଥା, ଔଷଧ ଦୋକାନ, ଜଳ ଯୋଗାଣ ଓ ଆମ୍ବୁଲାନ୍ସ ସେବା ଗୁଡିକ ଖୋଲା ରହିବ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ