ଓଡିଶା

odisha

ETV Bharat / state

ଯୋରନ୍ଦା ମହିମାଗାଦିରେ ଧୂନୀ ମନ୍ଦିର ଉଚ୍ଛେଦ: ଦୁଃଖ ପ୍ରକାଶ କଲେ ବିଶ୍ବ ହିନ୍ଦୁ ପରିଷଦ ପ୍ରତିନିଧି - ଢେଙ୍କାନାଳ ଧୁନୀ ମନ୍ଦିର ଉଚ୍ଛେଦ

ଯୋରନ୍ଦା ମହିମାଗାଦିରେ ଧୂନୀ ମନ୍ଦିର ଉଚ୍ଛେଦ । ଏହି ଘଟଣାରେ ଦୁଃଖ ପ୍ରକାଶ କଲେ ବିଶ୍ବ ହିନ୍ଦୁ ପରିଷଦ ପ୍ରତିନିଧି । ଯୋରନ୍ଦା ମହିମାଗାଦିରେ କୌପନି ଧାରୀ ସାଧୁଙ୍କ ଧୂନି ମନ୍ଦିର ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢ଼ନ୍ତୁ

BHP representative expressed grief over demolition of Dhuni temple in Joronda
ଯୋରନ୍ଦା ମହିମାଗାଦିରେ ଧୂନୀ ମନ୍ଦିର ଉଚ୍ଛେଦ: ଦୁଃଖ ପ୍ରକାଶ କଲେ ବିଶ୍ବ ହିନ୍ଦୁ ପରିଷଦ ପ୍ରତିନିଧି

By

Published : Nov 24, 2022, 10:48 PM IST

ଢେଙ୍କାନାଳ: ଯୋରନ୍ଦା ମହିମାଗାଦିରେ ଧୂନୀ ମନ୍ଦିର ଉଚ୍ଛେଦ । ଏହି ଘଟଣାରେ ଦୁଃଖ ପ୍ରକାଶ କଲେ ବିଶ୍ବ ହିନ୍ଦୁ ପରିଷଦ ପ୍ରତିନିଧି । ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ କୌପନି ଧାରୀ ସାଧୁଙ୍କ ଧୂନି ମନ୍ଦିର ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ବ ହିନ୍ଦୁ ପରିଷଦ । ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ସାହୁ ଓ ଢେଙ୍କାନାଳର VHP ସଭାପତି ଆଜି ଯୋରନ୍ଦା ମହିମା ଗାଦି ଗସ୍ତ କରିଥିଲେ । ଉଭୟ କୌପୁନୀ ମହିମାଧାରୀ ସନ୍ନ୍ୟାସୀଙ୍କ ଧୂନୀ ମନ୍ଦିର, ଜ୍ୟୋତି ମନ୍ଦିର, ଟୁଙ୍ଗି ଭାଙ୍ଗିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ପରିସ୍ଥିତି ଅନୁଧ୍ୟାନ କରିବା ସହ କୌପୁନୀଧାରୀ ଏବଂ ବକଳଧାରୀ ସାଧୁ ସନ୍ନ୍ୟାସୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ସାହୁ କହିଛନ୍ତି, "ମହିମା ଗାଦିର ବିକାଶ ପାଇଁ ପଦକ୍ଷେପ ସ୍ବାଗତଯୋଗ୍ୟ । କିନ୍ତୁ ପୂର୍ବରୁ ଉଭୟ ସାଧୁ ଗୋଷ୍ଠୀଙ୍କ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା ପରେ ଉଚ୍ଛେଦ କରାଯାଇଥିଲେ ହୁଏତ ଆଜି କିଛି ସାଧୁ ଗୋଷ୍ଠୀଙ୍କ ଉପାସନାରେ ସମସ୍ୟା ଉପୁଜିନଥାନ୍ତା ।"

ମନ୍ଦିର ଭାଙ୍ଗିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଚାହିଁଥିଲେ କିଛି ସମାଧାନର ରାସ୍ତା ବାହାରି ପାରିଥାନ୍ତା ବୋଲି କହିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ । ଉଭୟ ଗୋଷ୍ଠୀର ବାବାମାନଙ୍କୁ ଡାକି ଶାନ୍ତି ଫେରାଇ ଆଣିବାକୁ ଅପିଲ୍‌ କରିଛନ୍ତି । ଉଭୟ ଗୋଷ୍ଠୀ ବିଶ୍ବ ହିନ୍ଦୁ ପରିଷଦର ମଧ୍ୟସ୍ଥତା ଚାହୁଁଥିଲେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଶ୍ବ ହିନ୍ଦୁ ପରିଷଦ ପ୍ରତିନିଧି ।

ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ ବାହାର କରିବାକୁ ନିବେଦନ କିରଛନ୍ତି । ତାସହ ଶ୍ରଦ୍ଧାଳୁଙ୍କ ମନରେ ଲାଗିଥିବା କଷ୍ଟକୁ ଦୂର କରିବାକୁ ତ୍ବରିତ ପଦକ୍ଷେପ ନେବାକୁ ନିବେଦନ କିରଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details