ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଢେଙ୍କାନାଳରେ ଏହାର ପ୍ରଭାବ ପଡିନାହିଁ । ଅଧିକ ଖବର ପଢନ୍ତୁ...

bharat band  no effect on dhenkanal
ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

By

Published : Jan 29, 2020, 4:42 PM IST

ଢେଙ୍କାନାଳ: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଢେଙ୍କାନାଳରେ ଏହାର ପ୍ରଭାବ ପଡିନାହିଁ । ଫଳରେ ସାଧାରଣ ଜୀବନ ଯାତ୍ରା ଅବ୍ୟାହତ ରହିଥିବା ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

ତେବେ ସିଏଏ, ଏନଆରସି ଓ ଏଭିଏମ ପ୍ରଚଳନକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ସମର୍ଥକମାନେ ବୁଧବାର ଢେଙ୍କାନାଳର ମହିଷାପାଟ ଓ କଲେଜ ବାଏପାସ ଠାରେ ଏନଏଚ-୫୫କୁ କିଛି ସମୟ ପାଇଁ ଅବରୋଧ କରିଥିବା ଦେଖାଯାଇଥିଲା ।

ମାତ୍ର ଏହାର ପ୍ରଭାବ ଏତେ ମାତ୍ରାରେ ପଡିନଥିବାରୁ କିଛି ସମୟ ପରେ ଜାତୀୟ ରାଜପଥରେ ସାଧାରଣ ଗାଡି ଚଳାଚଳ ହୋଇଛି । ଏପଟେ ଢେଙ୍କାନାଳ ସଦର ମହକୁମା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଚାଲୁ ରହିଥିବା ଦେଖାଯାଇଛି ।


ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details