ଓଡିଶା

odisha

ETV Bharat / state

ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - 53ନଂ ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର

ଢେଙ୍କାନାଳ 53ନଂ ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ରବିବାର ବିଳମ୍ବିତ ରାତ୍ରିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ସମୟରେ ଅଜଣା ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ..

ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର
ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର

By

Published : Oct 12, 2020, 1:45 PM IST

ଢେଙ୍କାନାଳ: କାମାକ୍ଷନଗର ଅବକାରୀ ଅଫିସ ଦେଇ ଯାଇଥିବା 53ନଂ ଜାତୀୟ ରାଜପଥରେ ସୋମବାର ଏକ ଭାଲୁର ମୃତଦେହ ଉଦ୍ଧାର । ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ବାସିନ୍ଦାଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଜାତୀୟ ରାଜପଥରୁ ଭାଲୁର ମୃତଦେହ ଉଦ୍ଧାର

ତେବେ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଯାଉଥିବା ବେଳେ ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ସୋମବାର ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିଥିଲା ଏବଂ ବ୍ୟବଚ୍ଛେଦ ପାଇିଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details