ଓଡିଶା

odisha

ETV Bharat / state

ବନ୍ଧାହେଲେ ବ୍ୟାଙ୍କ କର୍ମଚାରୀ, ଗ୍ରାହକଙ୍କ କ୍ରେଡିଟ କାର୍ଡରେ ଲକ୍ଷାଧିକ ଟଙ୍କା ଠକେଇ - ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କ ଆସିଷ୍ଟାଣ୍ଡ ମ୍ୟାନେଜର ଗିରଫ

ବ୍ୟାଙ୍କରେ ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଇ ଲକ୍ଷାଧିକ ଟଙ୍କା ହଡପ । ଏପରିକି ଗ୍ରାହକଙ୍କ କ୍ରେଡିଟ କାର୍ଡ଼ରେ ଫ୍ରଡ଼ କରିଛନ୍ତି ଖୋଦ ବ୍ୟାଙ୍କ କର୍ମଚାରୀ । ଅଧିକ ପଢନ୍ତୁ...

ଗ୍ରାହକଙ୍କ କ୍ରେଡିତ କାର୍ଡରେ ଲକ୍ଷାଧିକ ଟଙ୍କା ଠକେଇ
ଗ୍ରାହକଙ୍କ କ୍ରେଡିତ କାର୍ଡରେ ଲକ୍ଷାଧିକ ଟଙ୍କା ଠକେଇ

By

Published : Jun 28, 2021, 6:39 PM IST

ଢେଙ୍କାନାଳ: ବ୍ୟାଙ୍କରେ ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଇ ଲକ୍ଷାଧିକ ଟଙ୍କା ହଡପ । ଏପରିକି ଗ୍ରାହକଙ୍କ କ୍ରେଡିଟ କାର୍ଡ଼ରେ ଫ୍ରଡ଼ କରିଛନ୍ତି ଖୋଦ ବ୍ୟାଙ୍କ କର୍ମଚାରୀ । ଏହି ଘଟଣାରେ ଏଚଡିଏଫସି ବ୍ୟାଙ୍କର ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଢେଙ୍କାନାଳ ଟାଉନ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଢେଙ୍କାନାଳ ସହର ସ୍ଥିତ ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ ପଟ୍ଟନାୟକ ବୋଲି ଜଣାପଡ଼ିଛି ।

ଗ୍ରାହକଙ୍କ କ୍ରେଡିତ କାର୍ଡରେ ଲକ୍ଷାଧିକ ଟଙ୍କା ଠକେଇ

ସୂଚନା ମୁତାବକ, ତପନ ବାରିକ ନାମକ ଜଣେ ରେଳ କର୍ମଚାରୀ ତାଙ୍କ କ୍ରେଡିଟ କାର୍ଡ଼କୁ ବ୍ୟାଙ୍କରେ ଦାଖଲ କରିସାରିଥିଲେ । ମାତ୍ର ବ୍ୟାଙ୍କର କ୍ରେଡିଟ କାର୍ଡ ସେକ୍ସନ ଦାୟିତ୍ବରେ ଥିବା କାରଣରୁ ଏହି ବ୍ୟାଙ୍କ ସହକାରୀ ପରିଚାଳକ ଜଣଙ୍କ ଚଞ୍ଚକତାର ସହ ପୁନର୍ବାର ନିଜ ମୋବାଇଲ ନମ୍ବର ପକାଇ ଚାଲୁ କରାଇ ଗ୍ରାହକଙ୍କ ନାମରେ ଟଙ୍କା ଉଠାଇ ଚାଲିଥିଲେ ।

ଅନୁରୂପ ଭାବେ ଢେଙ୍କାନାଳ ସଦର ଥାନା ବାଲ୍ୟମ୍ବା ଗ୍ରାମର ଦିଜ୍ଵବର ସାହୁ ନାମକ ଅନ୍ୟ ଜଣେ ଗ୍ରାହକଙ୍କ ନାମରେ କ୍ରେଡିଟ କାର୍ଡ ଦେଖାଇ ୩ ଲକ୍ଷ ଟଙ୍କା ଉଠାଇ ନେଇଥିବା ଜଣାପଡିଛି । ଅଭିଯୋଗ ପାଇଁ ଟାଉନ ଥାନା ପୁଲିସ ଯାଞ୍ଚରୁ ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ କ୍ରେଡିଟ କାର୍ଡ ଗ୍ରାହକ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ପଦାକୁ ଆସିଛି । ଫଳରେ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details