ଢେଙ୍କାନାଳ: ଜିଲ୍ଲା ବୋରାପଦା ଗହମଖୁଣ୍ଟି ଜଙ୍ଗଲ ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ବ୍ୟାଙ୍କ ଟଙ୍କା ହେରଫେର ପାଇଁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଅନୁସାରେ, ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ବିଭୂତି ଭୂଷଣ ମହାନ୍ତି ସିଣ୍ଡିକେଟ ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରିନ୍ତି । ସେ ବୋରାପଦା ଅଞ୍ଚଳରେ ରହୁଥିଲେ । ତେବେ ଗତକାଲି ରାତିରେ ବୋରାପଦା ଗହାଖୁଣ୍ଟି ରାସ୍ତାରେ ତାଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ଦେଖିବାକୁ ପାଇଥିଲେ । ମୃତ ବିଭୂତିଙ୍କ ଗାଡି ସେହା ସ୍ଥାନରେ ପଡିଥିଲା । ତାଙ୍କ ପାଟିରୁ ଫେଣ ବାହାରୁଥିଲା । ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ ।