ଢେଙ୍କାନାଳ: ସେବାୟତ କୋରୋନା ଆକ୍ରାନ୍ତ । ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉଙ୍କ ମନ୍ଦିରରେ ଜଣେ ସେବାୟତ କୋରୋନା ସଂକ୍ରମିତ ହୋଇଥିବାରୁ ମନ୍ଦିରକୁ ସାନିଟାଇଜ କରାଯାଇଛି ।
ସେବାୟତ ପୂର୍ବରୁ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇଥିବାବେଳେ ଭୁବନେଶ୍ୱରରେ ସ୍ୱାବ ଟେଷ୍ଟ ଦେଇ ଢେଙ୍କାନାଳକୁ ଫେରିଥିଲେ । ମାତ୍ର ରବିବାର ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ଫଳରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।