ଢେଙ୍କାନାଳ:ଆଜି ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଖେଳାଯିବ । ଆମେ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାଜିରାଉତ କପ । ଏଥି ପାଇଁ ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶହୀଦ ବାଜି ରାଉତଙ୍କ ନାମରେ ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଉଭୟ ଢେଙ୍କାନାଳ ଓ ଅନୁଗୋଳରେ ପ୍ରସ୍ତୁତି କରାଯାଇଛି । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଆଜି ଉଦଘାଟନୀ ଉତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ସାରା ଦେଶରୁ ବଛା ବଛା ୮ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ଅଂଶ ଗ୍ରହଣ କରିବେ । ଉଦ୍ଘାଟନୀ ମ୍ୟାଚରେ ଓଡିଶା ଏକାଦଶ ଓ ମୁମ୍ବାଇର କେଂକ୍ରେ ଫୁଟବଲ କ୍ଲବ ମଧ୍ୟରେ ପ୍ରଥମ ମ୍ୟାଚ ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଉଦ୍ଘାଟନ ମ୍ୟାଚ ପରେ ଆନ୍ୟ ସମସ୍ତ ମ୍ୟାଚ ଅନୁଗୋଳ ଜିଲ୍ଲାର ଅନୁଷ୍ଠିତ ହେବ । ଆସନ୍ତା ୪ ତାରିଖରୁ ୬ ତାରିଖ ଦୁଇ ଦିନ ଧରି ଅନୁଗୋଳ କଦମ ପଡ଼ିଆରେ ୫ଟି ମ୍ୟାଚ ଅନୁଷ୍ଠିତ ହେବ । ପରେ ଆସନ୍ତା ୭ ତାରିଖ ଓ ୮ ତାରିଖ ଉଦଯାପନୀ ମ୍ୟାଚ ତାଳଚେର ସାଉଥ ବଲଣ୍ଡା ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି ।