ଓଡିଶା

odisha

ETV Bharat / state

ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣା: ବେପରୁଆ ବାପା ଓ ମାଙ୍କ ବିରୋଧରେ ମାମଲା ରୁଜୁ - baby rescue from car latest news

ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ନେଇ  ବୁଧବାର  ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ବେପରୁଆ ବାପା ମାଆଙ୍କ ବିରୋଧରେ  ଟାଉନ ଥାନାରେ  ଏକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

baby
baby

By

Published : Dec 4, 2019, 3:43 AM IST

Updated : Dec 4, 2019, 12:07 PM IST

ଢେଙ୍କାନାଳ: ବେପରୁଆ ବାପା ମାଆଙ୍କ ବିରୋଧରେ ମାମଲା ରୁଜୁ । ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ନେଇ ବୁଧବାର ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ବେପରୁଆ ବାପା ମାଆଙ୍କ ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

କାର ଭିତରୁ ଶିଶୁ ଉଦ୍ଧାର

ପ୍ରକାଶ ଥାଉକି, ଗତ ମଙ୍ଗଳବାର କାର ଭିତରେ ଗୋଟିଏ ୨ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ବନ୍ଦ କରି ଅତି ବେପରୁଆ ଭାବେ ବାପା ମା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଚାଲିଯାଇଥିଲେ । କାର ଭିତରେ ଏପରି ଏକୁଟିଆ ଶିଶୁଟିଏ ଥିବା ଓ ପାଖରେ କେହି ନଥିବା ଦେଖି ଡାକ୍ତରଖାନା ସୁରକ୍ଷାକର୍ମୀ ଆଖପାଖରେ କେତେକ ଲୋକଙ୍କ ସହାୟତାରେ କାର କାଚ ଭିତରେ ହାତ ପୂରାଇ ଶିଶୁଟିକୁ କାରରୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଏହି ଘଟଣା ଗତ ମଙ୍ଗବାର ଦିନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 4, 2019, 12:07 PM IST

ABOUT THE AUTHOR

...view details