ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧିନ ହିନ୍ଦୋଳ ରେଞ୍ଜ ଖଲିବୋରେଇ ସେକ୍ସନ ଆଳୁସିଂ ଜଙ୍ଗଲରେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇ ଏକ ହାତୀ ଛୁଆର ଚିକିତ୍ସା ବନ ବିଭାଗ ଦ୍ଵାରା କରାଯାଉଥିଲା । ହେଲେ ଆଜି(ଗୁରୁବାର) ସେହି ହାତୀ ଛୁଆଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ - ଚିକିତ୍ସାଧିନ ଅବସ୍ଥାରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ
ଢେଙ୍କାନାଳ ବନଖଣ୍ଡ ଅଧିନ ହିନ୍ଦୋଳ ରେଞ୍ଜ ଖଲିବୋରେଇ ସେକ୍ସନ ଆଳୁସିଂ ଜଙ୍ଗଲରେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇ ଏକ ହାତୀ ଛୁଆର ଚିକିତ୍ସା ବନ ବିଭାଗ ଦ୍ଵାରା କରାଯାଉଥିଲା । ହେଲେ ଆଜି(ଗୁରୁବାର) ସେହି ହାତୀ ଛୁଆଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
ଚିକିତ୍ସାଧିନ ଅବସ୍ଥାରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ
ଏହି ହାତୀ ଛୁଆଟିର ବୟସ ଏକ ବର୍ଷ ହୋଇଥିବାବେଳେ ତାହା ମାଈ ହାତୀ ଛୁଆ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ