ଢେଙ୍କାନାଳ: ଜିଲ୍ଲା ମୋଟଙ୍ଗା ଥାନା ଖଡ଼ଗ ପ୍ରସାଦରେ ଖଣ୍ଡାରେ ହାଣି ପକାଇବାରୁ ଜଣେ ଯୁବକ ଗୁରୁତର । ମଦ୍ୟପାନ କରି ଗାଳିଗୁଳଜର ପ୍ରତିବାଦ କରିବାରୁ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗ ପ୍ରସାଦ ଗ୍ରାମରେ । ମଦ୍ୟପାନ କରି ଗାଳିଗୁଳଜର ପ୍ରତିବାଦ କରିବାରୁ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି । ମୁର୍ମୁଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଯୁବକ ଜଣଙ୍କ ପିଣ୍ଟୁ ଦଳେଇ ବୋଲି ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର ଖଣ୍ଡା ଚୋଟ ଲାଗିଥିବା ଜଣାପଡିଛି ।