ଢେଙ୍କାନାଳ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଗତ ତିନିଦିନ ହେଲା ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଅଶ୍ବଖୋଲା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର ସଠିକ କାରଣ କ'ଣ ଜଣାପଡିନାହିଁ ।
ଫଳରେ ବନ୍ୟଜନ୍ତୁମାନେ ଅଣନିଶ୍ବାସୀ ହୋଇ ପଡିଲେଣି । ସେପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରେ ଆତଙ୍କିତ ହୋଇପଡିଛନ୍ତି । ମାତ୍ର ବନ ବିଭାଗର ନିଆଁ ଲିଭାଇବା ପାଇଁ ଆଦୌ ଚିନ୍ତା ନାହିଁ । ଫଳରେ ଜଙ୍ଗଲର ନିଆଁ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି । ଗୋଟିଏ ପଟରେ ଏହି ଜଙ୍ଗଲ ନିଆଁରେ ଲକ୍ଷଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ସବୁ ପୋଡି ଜାଳି ଯାଉଥିବା ଦେଖାଯାଉଛି ।