ଓଡିଶା

odisha

ETV Bharat / state

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ - PadmaShri award

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସାଧନ ପାଇଁ ସାହିତ୍ୟର ସାଧକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ
Antyarami Mishra honoured with PadmaShri award

By

Published : Jan 26, 2023, 12:48 PM IST

ଢେଙ୍କାନାଳ:ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2023 ବର୍ଷ ଲାଗି ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତ ବର୍ଷ 4 ଜଣ ଓଡିଆ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସାଧନ ପାଇଁ ସାହିତ୍ୟର ସାଧକ, ଗବେଷକ ତଥା ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ୩୭ଟି ପୁସ୍ତକ ରଚନା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ କରିଛନ୍ତି । ଏପରିକି ୧୦ଟି ପୁସ୍ତକ ତାଙ୍କର ଶିକ୍ଷା କ୍ଷେତ୍ରରେ ସାମିଲ କରିଥିବା ବେଳେ ପଣ୍ଡିତ ମିଶ୍ରଙ୍କର ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ଅବଦାନ ରହିଛି । ଢେଙ୍କାନାଲ ମାର୍ଥପୁର ଶାସନରେ ୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପେଷାରେ ରାଜସ୍ୱ ବିଭାଗରେ ନିଯୁକ୍ତି ପାଇ ସରକାରୀ କର୍ମଚାରୀ ଭାବେ ଅବସର ନେଇଥିଲେ । ସାହିତ୍ୟ ସାଧନା ଓ ଇତିହାସର ଗବେଷଣାରେ ତାଙ୍କର ନିଶା ଥିଲା । ଢେଙ୍କାନାଳ ସହରର ଆନନ୍ଦ ନଗର ବାସିନ୍ଦା ଭାବେ ତାଙ୍କର ଅବସର ଜୀବନ ବିତାଉଥିବା ପଣ୍ଡିତ ମିଶ୍ର ପ୍ରଥମରୁ ବିଭିନ୍ନ ଛପା ଗଣମଧ୍ୟମରେ ରାଜ୍ୟର ଜଣେ ସ୍ତମ୍ଭକାର ଭାବେ ବେଶ ଜଣାଶୁଣା । ଏହାସହ ଅନେକ ପୁସ୍ତକ ରଚନା କରିବା ସହ ବିଭିନ୍ନ ସାଂସ୍କୃତିକ ଓ ଭୌତିକ ଆଲୋଚନାଚକ୍ରରେ ଜଣେ ବିଶିଷ୍ଠ ଆଲୋଚକ ଓ ପ୍ରବଚକ ଭାବେ ରାଜ୍ୟରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ।

ଏହା ବି ପଢ଼ନ୍ତୁ Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର

ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଗତ ୨୦୦୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ସାଙ୍ଗକୁ ଗତ ୨୦୧୯ ମସିହାରେ ଶିକ୍ଷାକ୍ଷେତ୍ରରେ ସାଧନ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଁ ମୋନାନୀତ ହୋଇଥିଲେ । ୭୩ ବର୍ଷରେ ପଦାର୍ପଣ କରିଛନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ତଥାପି ତାଙ୍କର ସାହିତ୍ୟ ସାଧନା ଜାରି ରହିଛି । ବିଶେଷ କରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ଅବ୍ୟାହତ ରଖିଥିବା ପଣ୍ଡିତ ମିଶ୍ରକର ଅନେକ ପୁସ୍ତକ, ସମୀକ୍ଷା ଓ ପ୍ରବନ୍ଧ ଆଦି ପ୍ରକାଶିତ ହୋଇସାରିଛି । ତେବେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର କୃତି ପାଇଁ ତାଙ୍କୁ ପଦ୍ମ ପୁରସ୍କାର ସମ୍ମାନ ପାଇଁ ମନୋନୀତ କରାଯାଇଛି ଯାହା ଢେଙ୍କାନାଳ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି ।

ସାରା ଭାରତବର୍ଷରେ ୯୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ୪ ଜଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସମେତ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, କଣ୍ଢେଇ ନାଚ ପାଇଁ ମାଗୁଣି ଚରଣ କୁଅଁର, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details