ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ - ଢେଙ୍କାନାଳ କରୋନା ସଂକ୍ରମଣ ସଂଖ୍ୟା

ଢେଙ୍କାନାଳରେ ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ । ଜିଲ୍ଲାର ଓଡପଡା ବ୍ଲକରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ
ଢେଙ୍କାନାଳରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ

By

Published : Oct 17, 2020, 9:18 PM IST

ଢେଙ୍କାନାଳ: ଜିଲ୍ଲାରେ ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ । କୋରୋନା ସଂକ୍ରମଣ ଚିହ୍ନଟ କରିବା ପାଇଁ ଗ୍ରାମାଞ୍ଚଳ ଗୁଡିକରେ ଆଣ୍ଟିଜେନ ଟେଷ୍ଟିଂ କରାଯାଉଛି ।

ଜିଲ୍ଲାର ଓଡାପଡା ବ୍ଲକ ଗୁଣୁଦେଇ ପଞ୍ଚାୟତ ମହାଦିଆ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଟିଜେନ ଟେଷ୍ଟିଂ ଆରମ୍ଭ ହୋଇଛି । ଟେଷ୍ଟିଂର ପ୍ରଥମ ଦିନରେ 57 ଜଣ ବ୍ୟକ୍ତି ଆଣ୍ଟିଜେନ ଟେଷ୍ଟ କରିଥିବା ଜଣାପଡିଛି । ତେବେ ଓଡପଡା ବ୍ଲକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଆଣ୍ଟିଜେନ ଟେଷ୍ଟର ବ୍ୟବସ୍ଥା କରାଯାଇଛି । ଆଶା ଦିଦି ପ୍ରତ୍ୟେକ ଗାଁ ଗାଁ ବୁଲି ଆଣ୍ଟିଜେନ ଟେଷ୍ଟ କରୁଛନ୍ତି । ତେବେ ଆଣ୍ଟିଜେନ ଟେଷ୍ଟ କରିଥିବା 57 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ ଆଶିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details