ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପୁଣି ହାତୀ ମୃତଦେହ ଠାବ - ଢେଙ୍କାନାଳରେ ହାତୀର ମୃତଦେହ ଠାବ

କିଛି ଦିନ ପୂର୍ବେ ଢେଙ୍କାନାଳରେ ଏକ ହାତୀକୁ ଗୁଳି କରି ହତ୍ୟା କରିବା ପରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ...

Another elephant dead body found in Dhenkanal
ଢେଙ୍କାନାଳରେ ପୁଣି ଏକ ହାତୀର ମୃତଦେହ ଠାବ

By

Published : Feb 12, 2021, 11:58 AM IST

ଢେଙ୍କାନାଳ: ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରୁ ପୁଣି ଏକ ହାତୀର ମୃତଦେହକୁ ଠାବ କରାଯାଇଛି । ତେବେ ମୃତଦେହ ବିମ୍ବୋରୀ ସେକ୍ସନ ଗୋବିନ୍ଦପୁର ନାଳରେ ପଡି ଥିବା ଡ଼ିଏଫଓ ସୂଚନା ଦେଇଛନ୍ତି । ବନ କର୍ମଚାରୀ ମୃତଦେହକୁ ଉଦ୍ଧାର କରିବା ପରେ ତଦନ୍ତ ଜାରି ରଖିଛି ।

ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ ଲୁଟ ପରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ବିମ୍ବୋରୀ ସେକ୍ସନର ଗୋବିନ୍ଦପୁର ବସ୍ତି ନିକଟସ୍ଥ ଏକ ନାଳରେ ଏହି ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ହେଲା ହାତୀଟି ମରିପଡିଥିବା ଅନୁମାନ କରାଯାଇଛି । ହାତୀଟି ଏକ ମାଖାନା ହାତୀ ବୋଲି ଜଣାପଡିଛି ।

ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନଥିବା ବେଳେ ହାତୀମାନଙ୍କ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ଘଟିଥିବା ଢେଙ୍କାନାଳ ଡ଼ିଏଫଓ ସୂଚନା ଦେଇଛନ୍ତି । ତେବେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ହାତୀ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details