ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମଚାରୀମାନେ ଭାରତୀୟ ମଜଦୁର ସଂଘ ସହାୟତାରେ ଆଜି ସହରରେ ବିଶାଳ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି (Anganwadi workers protest) । ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରରେ ସହର ପରିକ୍ରମା ଥିଲେ(demanding over various issue) । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଆଗାମୀ ସମୟରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏହି ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମଚାରୀମାନେ ସେମାନଙ୍କ ନିଯୁକ୍ତିକୁ ସରକାରୀ ମାନ୍ୟତା ଦେବାପାଇଁ ଦାବି କରିଛନ୍ତି । ନଚେତ ମାସିକ ଅନ୍ୟୁନ ୧୮ହଜାର ଟଙ୍କା ଦରମା, ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କର ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ଭଳି ୮ ଦଫା ଦାବିରେ ଗତ ନଭେମ୍ବର ୨୧ତାରିଖରୁ ଅଙ୍ଗନବାଡି କର୍ମଚାରୀ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି(ସୋମବାର) ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି ।