ଢେଙ୍କାନାଳ: ବ୍ୟାଙ୍କରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହୋଇଯାଇଛି ଗାଏବ । ଆଉ ଜମା ଟଙ୍କା ଫେରି ପାଇବା ପାଇଁ ଜମାକାରୀ ଦେଲେ ବ୍ୟାଙ୍କ ସମ୍ମୁଖରେ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋବିନ୍ଦପୁର ଏସବିଆଇ ଶାଖା ସମ୍ମୁଖରେ । ପ୍ରାୟ ୧୦ଜଣ ଜମାକାରୀ ପ୍ରାପ୍ୟ ଟଙ୍କା ପାଇଁ ଦୁଇଘଣ୍ଟା କାଳ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସି ରହିଥିଲେ । କିନ୍ତୁ ଟଙ୍କା ମିଳି ନ ଥିଲା ।
ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଉତ୍ୟକ୍ତ ଜମାକାରୀ । ଜମାକାରୀଙ୍କ କହିବା ମୁତାବକ ଗତ ଫେବୃଆରୀ ମାସରୁ କିଛି ଜମାକାରୀଙ୍କ ସେଭିଙ୍ଗ ଆକାଉଣ୍ଟରୁ ବ୍ୟାଙ୍କର କର୍ମଚାରୀ ସନ୍ତୋଷ ନାୟକ ଲକ୍ଷଲକ୍ଷ ଟଙ୍କା ଜମାକାରୀଙ୍କ ନାମରେ ଜାଲ ଦସ୍ତଖତ କରି ଟଙ୍କା ଉଠାଇ ନେଇଥିଲେ । ଏହି ଘଟଣା ପଦାକୁ ଆସିବା ପରେ ବ୍ୟାଙ୍କ ପକ୍ଷରୁ ଖୁବଶୀଘ୍ର ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।