ଓଡିଶା

odisha

ETV Bharat / state

ଗୁରୁତର ରୋଗୀଙ୍କୁ ଗୁରୁତ୍ବ ଦେଲେନି ଡାକ୍ତର, ମେଡିକାଲରେ ଉତ୍ତେଜନା - ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ । ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ସତ୍ତ୍ବେ ଗୁରୁତ୍ବ ନଦେବାରୁ ମେଡିକାଲ ପରିସରରେ ଉତ୍ତେଜନା । ଅଧିକ ପଢନ୍ତୁ

ଗୁରୁତର ଅବସ୍ଥାରେ ଗୁରୁତ୍ବ ଦେଲେନି ଡାକ୍ତର, ମେଡିକାଲରେ ଉତ୍ତେଜନା
ଗୁରୁତର ଅବସ୍ଥାରେ ଗୁରୁତ୍ବ ଦେଲେନି ଡାକ୍ତର, ମେଡିକାଲରେ ଉତ୍ତେଜନା

By

Published : Jun 24, 2022, 6:22 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ । ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ସତ୍ତ୍ବେ ଗୁରୁତ୍ବ ନଦେବାରୁ ମେଡିକାଲ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ମୃତ ଯୁବତୀ ଜଣଙ୍କ କାମାକ୍ଷାନଗର ଉପଖଣ୍ଡ ମଠକରଗୋଳା ଗ୍ରାମର ଦୀପକ ବେହେରାଙ୍କ ଝିଅ ରୋଜି ବେହେରା ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ଗୁରୁତ୍ବ ଦେଲେନି ଡାକ୍ତର, ମେଡିକାଲରେ ଉତ୍ତେଜନା

ଖବରଅନୁଯାୟୀ, ରୋଜି ଗୁରୁତର ଆନିମିଆ ରୋଗରେ ପୀଡିତ ଓ ସଙ୍କଟାପନ୍ନ ଥିଲେ । ଗତ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫଳରେ ଡାକ୍ତରଖାନାରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ କଟକ ସ୍ଥାନତାରିତ କରିଥିଲେ । ମାତ୍ର ଏସଂକ୍ରାନ୍ତରେ ବ୍ୟବସ୍ଥା ଦାୟିତ୍ୱରେ ଥିବା କର୍ମଚାରୀମାନେ କଟକ ଏସସିବି ସ୍ଥାନାନ୍ତରିତ ଦିଗରେ ଗୁରୁତ୍ୱ ଦେଇନଥିଲେ । ଫଳରେ ଅସହାୟ ପରିବାର ଝିଅକୁ ମହିଳା ଭେଷଜ ୱାର୍ଡକୁ ନେଇ ରଖିଥିଲେ । ହେଲେ ଆଜି(ଶୁକ୍ରବାର) ଭୋର ସମୟରେ ଉକ୍ତ ଯୁବତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଅକ୍ସିଜେନ ଦେବାରେ ଅବହେଳା ଓ କର୍ମଚାରୀଙ୍କ ବେଫିକର ମନୋବୃତିକୁ ଦାୟୀ କରି ଡାକ୍ତରଖାନାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details