ଓଡିଶା

odisha

ETV Bharat / state

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେଇଛନ୍ତି 12 ନାମୀଦାମୀ ଟିମ

ଆରମ୍ଭ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଠାରୁ ଫୁଟବଲ ମାହୋଲରେ କମ୍ପିବ ଢେଙ୍କାନାଳ । ଜିଲ୍ଲାର ସବୁଠାରେ ଦେଖିବାକୁ ମିଳୁଛି ଫୁଟବଲ ଫିବର । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଆରମ୍ଭ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

By ETV Bharat Odisha Team

Published : Oct 1, 2023, 9:55 PM IST

ଆରମ୍ଭ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ: ଆରମ୍ଭ ହେଲା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଠାରୁ ଫୁଟବଲ ମାହୋଲରେ କମ୍ପିବ ଢେଙ୍କାନାଳ । ଜିଲ୍ଲାର ସବୁଠାରେ ଦେଖିବାକୁ ମିଳୁଛି ଫୁଟବଲ ଫିବର । ତେବେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏବଂ ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ ଅନୁକୂଲ୍ୟ ତଥା ଅଧିକାରୀ ସାମଲ ସ୍ମୃତି ସଂସଦ ସହାୟତାରେ ଆଜି ଠାରୁ ଆରମ୍ଭ ହୋଇଛି ସର୍ବଭାରତୀୟ ଆମନ୍ତ୍ରିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ।

ତେବେ ବେଶ ରଙ୍ଗା ରଙ୍ଗ ପରିବେଶରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ଏହି ୫ମ ସର୍ବଭାରତୀୟ ଫୁଟବଲ ତୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏଁ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟର ଖେଳ ଗୁଡିକ ଲିଗ ତଥା ନକ ଆଉଟ ଭିତ୍ତିରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦଳ ଅଶଂଗ୍ରହଣ କରିବେ । ରାଜ୍ୟର ବଛା ବଛା ଫୁଟବଲ ଟିମ ଢେଙ୍କାନାଳ, ଭୁବନେଶ୍ୱର ଓ କଟକର ୪ଟି ଦଳ ଏଥିରେ ସାମିଲ ଅଛନ୍ତି । ଏହା ବ୍ୟତୀତ ରାଜ୍ୟ ବାହାରର ୮ ଟିମ ମଧ୍ୟରେ ରାଜସ୍ଥାନ, କେରଳ, ତାମିଲନାଡୁ, ଗ୍ବାଲିୟର ଓ ଦିଲ୍ଲୀ ଆଦି ସର୍ବଭାରତୀୟ ସ୍ତରର ନାମୀ ଦାମୀ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ।

ଏହା ମଧ୍ୟ ପଢ଼ନ୍ତୁ..ମୟୂରଭଞ୍ଜ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ସେପଟେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ବିଶିଷ୍ଠ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଗଙ୍ଗାଧର ସାମଲ, ଯୁବରାଜ ଅମର ଜ୍ୟୋତି ସିଂହଦେଓ ଓ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ତେବେ ଢେଙ୍କାନାଳ ଜିଲ୍ଲା ଏବେ ଏକ ସ୍ପୋର୍ଟସ ହବ ପାଲଟି ଥିବା ନେଇ ନିଜ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଷ୍ଟାଡିୟମ ପଡ଼ିଆରେ ଚିୟର ଗାର୍ଲସ ରଙ୍ଗାରଙ୍ଗ ନୃତ୍ୟ ଓ ବାଦ୍ୟର ମାହୋଲରେ ସମ୍ପୂର୍ଣ୍ଣ ମସଗୁଲ ହୋଇପଡିଥିଲେ ଦର୍ଶକ । ଏହି ୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳରେ ୧୫ଦିନ ଧରି ଫୁଟବଲ ଫିଭର ସୃଷ୍ଟି କରିବ । ଯାହାକୁ ନେଇ ଫୁଟବଲ ପ୍ରେମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ଗଙ୍ଗାଧର ସାମଲଙ୍କ ସ୍ବର୍ଗତ ପିତା ଅଧିକାରୀ ସାମଲଙ୍କ ନାମରେ ନାମିତ କରାଯାଇଛି । ଏହାକୁ ନେଇ ଗଙ୍ଗାଧର ଟୁର୍ଣ୍ଣାମେଣ୍ଟର ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details