ଓଡିଶା

odisha

ETV Bharat / state

ତାଳଚେରରୁ ଆସୁଛି ନରହନ୍ତା ଦନ୍ତା, କପିଳାସ ରେସକ୍ୟୁ ସେଣ୍ଟରରେ ରହିବ - triangularize elephant

ତାଳଚେର ଅଞ୍ଚଳରେ ବାରମ୍ବାର ଉପଦ୍ରବ କରିବା ସହ ଅନେକ ଲୋକଙ୍କୁ ମାରି ଚର୍ଚ୍ଚା ଘେରକୁ ଆସିଥିବା ନରହନ୍ତା ଦନ୍ତାକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିଛି । ଟ୍ରାଙ୍କୁଲାଇଜ ପରେ ହାତୀକୁ ଢେଙ୍କାନାଳସ୍ଥିତ କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଉଛି।

elephant
ତାଳଚେରରୁ ଆସୁଛି ନରହନ୍ତା ଦନ୍ତା, କପିଳାସ ରେସକ୍ୟୁ ସେଣ୍ଟରରେ ରହିବ

By

Published : Jan 22, 2020, 12:18 PM IST

ଢେଙ୍କାନାଳ: ତାଳଚେର ଅଞ୍ଚଳରେ ବାରମ୍ବାର ଉପଦ୍ରବ କରିବା ସହ ଅନେକ ଲୋକଙ୍କୁ ମାରି ଚର୍ଚ୍ଚା ଘେରକୁ ଆସିଥିବା ନରହନ୍ତା ଦନ୍ତାକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିଛି। ଟ୍ରାଙ୍କୁଲାଇଜ ପରେ ହାତୀକୁ ଢେଙ୍କାନାଳସ୍ଥିତ କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଉଛି।

ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ନେଇ ଢେଙ୍କାନାଳରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି। କପିଳାସ ସ୍ଥିତ ସେଣ୍ଟରରେ ମାତ୍ର 4ଟି ହାତୀ ରହିବା ପାଇଁ ବ୍ୟବସ୍ଥା ଥିବା ସହ ଅଭିଜ୍ଞ ମାହୁନ୍ତ ନଥିବାରୁ ଏହି ଦନ୍ତାର ରହିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ତାଳଚେରରୁ ଆସୁଛି ନରହନ୍ତା ଦନ୍ତା, କପିଳାସ ରେସକ୍ୟୁ ସେଣ୍ଟରରେ ରହିବ

ସେପଟେ କପିଳାସ ଚିଡିଆଖାନା ପାଖକୁ ଲାଗି ରେସକ୍ୟୁ ସେଣ୍ଟର ଥିବାରୁ ପର୍ଯ୍ୟଟକଙ୍କ ଉପରେ ବିପଦ ରହିବ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏବେ ଏଠାରେ 3ଟି ଛୁଆ ହାତୀ ଓ ଗୋଟିଏ ବଡ ହାତୀ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details