ଓଡିଶା

odisha

ETV Bharat / state

କୋଭିଡ କଟକଣାରେ ଖୋଲିଲା ଶିକ୍ଷାନୁଷ୍ଠାନ, ଶ୍ରେଣୀଗୃହରେ ପାଠପଢା ଆରମ୍ଭ

ରାଜ୍ୟରେ ଆଜିଠୁ ଖୋଲିଛି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ । ବହି ବସ୍ତାନୀ ଧରି ସ୍କୁଲରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀ । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାରେ ୭ଟି ଆଦର୍ଶ ସ୍କୁଲ ସମେତ ମୋଟ ୨୮୪ଟି ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କୋଭିଡ କଟକଣାରେ ଖୋଲିଲା ଶିକ୍ଷାନୁଷ୍ଠାନ : ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ
କୋଭିଡ କଟକଣାରେ ଖୋଲିଲା ଶିକ୍ଷାନୁଷ୍ଠାନ : ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ

By

Published : Feb 7, 2022, 4:51 PM IST

ଢେଙ୍କାନାଳ: ରାଜ୍ୟରେ ଆଜିଠୁ ଖୋଲିଛି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ । ବହି ବସ୍ତାନୀ ଧରି ସ୍କୁଲରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀ । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାରେ ୭ଟି ଆଦର୍ଶ ସ୍କୁଲ ସମେତ ମୋଟ ୨୮୪ଟି ସ୍କୁଲରେ ପାଠପଢା ଆରମ୍ଭ ହୋଇଛି ।

କୋଭିଡ କଟକଣାରେ ଖୋଲିଲା ଶିକ୍ଷାନୁଷ୍ଠାନ : ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ

ଏହାବି ପଢନ୍ତୁ :ଖୋଲିଲା ଶିକ୍ଷାନୁଷ୍ଠାନ: ସ୍କୁଲ ବୁଲିଲେ, ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ଏଥିପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ପିଲାମାନେ ସ୍କୁଲ ଆସିବା ପୂର୍ବରୁ ବିଦ୍ୟାଳୟ ଗୁଡିକୁ ସାନିଟାଇଜ କରାଯାଇଥିଲା । ଏହାସହ ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସାନଇଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଅଫଲାଇନ ପାଠପଢା ଆରମ୍ଭ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details