ଓଡିଶା

odisha

11 ଛାତ୍ରଛାତ୍ରୀ ପଜିଟିଭ ପରେ 7 ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା

By

Published : Sep 5, 2021, 7:44 AM IST

କୋଭିଡ ସଂକ୍ରମଣ ହ୍ରାସ ସାଙ୍ଗକୁ ପିଲାଙ୍କ ଶିକ୍ଷାଦାନ ଜରୁରୀ ମନେ କରି ରାଜ୍ୟରେ ଆର୍ମ ହୋଇଛି ଅଫ ଲାଇନ ପାଠପଢା । ତେବେ ସ୍କୁଲରେ ଶିଶୁଙ୍କ ସୁରକ୍ଷା ନେଇ ଚିନ୍ତାରେ ଜିଲ୍ଲା ଶିକ୍ଷାଧିକାରୀ । ଅଧିକ ପଢନ୍ତୁ...

୧୧ ଛାତ୍ରଛାତ୍ରୀ ଆକ୍ରାନ୍ତ, ୭ ଦିନ ସ୍କୁଲ ବନ୍ଦ ଘୋଷଣା
୧୧ ଛାତ୍ରଛାତ୍ରୀ ଆକ୍ରାନ୍ତ, ୭ ଦିନ ସ୍କୁଲ ବନ୍ଦ ଘୋଷଣା

ଢେଙ୍କାନାଳ: ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ସାଙ୍ଗକୁ ପିଲାଙ୍କ ଶିକ୍ଷାଦାନ ଜରୁରୀ ମନେକରି ନବମ ଓ ଦଶମ ଶ୍ରେଣୀ ଅଫ ଲାଇନ ପାଠପଢା ଆରମ୍ଭ ହୋଇଛି । ତେବେ ତୃତୀୟ ଦଫାରେ ଶିଶୁଙ୍କ ସୁରକ୍ଷା ନେଇ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ମାତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କାନପୁରା ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲ ଚର୍ଚ୍ଚା ଘେରକୁ ଆସିଛି ।

୧୧ ଛାତ୍ରଛାତ୍ରୀ ଆକ୍ରାନ୍ତ, ୭ ଦିନ ସ୍କୁଲ ବନ୍ଦ ଘୋଷଣା

ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏହି କାନପୁରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସ୍କୁଲର ନବମ ଓ ଦଶମ ଶ୍ରେଣୀର ୧୧ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଏହି ବନ୍ଦ ଘୋଷଣା କରିଛି ଶିକ୍ଷା ବିଭାଗ । ଗତ ସପ୍ତାହରେ ସ୍କୁଲର ଶିକ୍ଷକ ସମେତ ୯ ଜଣ ପଜିଟିଭ ହୋଇଛନ୍ତି । ଏବଂ ପୁଣି ୧୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।

ସୂଚନାନୁସାରେ ଗତ ବୁଧବାର ଦିନ ମୋଟ ୧୪୭ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥି ମଧ୍ୟରୁ ଶନିବାର ୧୧ଜଣଙ୍କର ଛାତ୍ରଛାତ୍ରୀଙ୍କର ରିପୋର୍ଟ କୋଭିଡ ପଜିଟିଭ ଆସିବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ତେବେ ଶନିବାର ସୁଦ୍ଧା ସ୍କୁଲର ମୋଟ ୨୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍କୁଲରୁ କୋଭିଡ ପଜିଟିଭ ଚିହ୍ନିଟ ହୋଇଛନ୍ତି ।

ସେପଟେ ସ୍କୁଲ ବନ୍ଦ ଘୋଷଣା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନେ ସ୍କୁଲରେ କ୍ବାରେଣ୍ଟାଇନ ରହି ଚିକିତ୍ସା ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details