ଓଡିଶା

odisha

ETV Bharat / state

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ - ଡେଙ୍କାନାଳ ଗସ୍ତରେ ପ୍ରଦୀପ୍ତ ମହାପାତ୍ର

ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ ଅତିରିକ୍ତ ଶାସନ ସଚିବ। ଏହି ଅବସରରେ ସେ ସୌଭାଗ୍ୟ ଯୋଜନାର ପ୍ରକଳ୍ପ ଠାରୁ ଟାଉନ ଥାନା ଓ ସ୍କୁଲ ପରିଦର୍ଶନ କରିଥିଲେ। ଏଥିସହ ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ।

additional chief secretary visited
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ

By

Published : Dec 7, 2019, 5:36 PM IST

ଢେଙ୍କାନାଳ: ଦିନିକିଆ ଢେଙ୍କାନାଳ ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଥାନାରେ କେମିତି ଚାଲିଛି ‘ମୋ ସରକାର’ ଯୋଜନା ତାହା ଆଲୋଚନା କରିଥିଲେ।

ପ୍ରଥମେ ଅତିରିକ୍ତ ଶାସନ ସଚିବ ଢେଙ୍କାନାଳ ସଦର ବ୍ଲକର ବଳଦିଆବନ୍ଧ ଠାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ପ୍ରକଳ୍ପ ଓ କାଠଗଡା ସେବାଶ୍ରମ ସ୍କୁଲକୁ ପରିଦର୍ଶନ କରିଥିଲେ। ଏଥିସହ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ତଦାରଖ କରିଥିଲେ । ଏହାପରେ ବୋରାପଦା ଠାରେ ଭୂତଳ ପାଇପ ଲାଇନ ପ୍ରକଳ୍ପ ଦେଖିବା ସହ ବୋରାପଦା ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ

ଏହି ଅବସରରେ ବୋରାପଦା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାନ୍ନ ଭୋଜନ ଖାଇଥିଲେ। ପରେ ମୋ ସରକାର କାର୍ଯ୍ୟକାରିତା ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନା ପରିଦର୍ଶନ କରି ଏସପି ଅନୁପମା ଜେମ୍ସ ଓ ଟାଉନ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଗଁନ୍ଦିଆ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଗସ୍ତ ଅବସରରେ ତାଙ୍କ ସହ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା,ପିଡି ଡିଆରଡିଏ ନରୋତ୍ତମ ବେହେରା ପ୍ରମୁଖ ସାମିଲ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details