ଓଡିଶା

odisha

ETV Bharat / state

ଜଳିଲା ଦୀପାଙ୍କ ଜୁଇ, ଅଶ୍ରୁଳ ନୟନରେ ଅନ୍ତିମ ବିଦାୟ - ଜଳିଲା ଦୀପାଙ୍କ ଜୁଇ

ଶୋକାକୁଳ ପରିବେଶରେ ସରିଲା ଆଲବମ ଅଭିନେତ୍ରା ଦୀପା ସାହୁଙ୍କ ଶେଷକୃତ୍ୟ। ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବାରେ ସମସ୍ତ ଶେଷ ରୀତିନୀତି ସମ୍ପନ୍ନ ହୋଇଛି।

ଜଳିଲା ଦୀପାଙ୍କ ଜୁଇ, ଅଶ୍ରୁଳ ନୟନରେ ଅଭିନେତ୍ରୀଙ୍କୁ ଅନ୍ତିମ ବିଦାୟ
ଜଳିଲା ଦୀପାଙ୍କ ଜୁଇ, ଅଶ୍ରୁଳ ନୟନରେ ଅଭିନେତ୍ରୀଙ୍କୁ ଅନ୍ତିମ ବିଦାୟ

By

Published : Jul 28, 2020, 11:36 AM IST

ଢେଙ୍କାନାଳ: ମଉଳି ଗଲା କୃଷ୍ଣଚୂଡା। ଧୋଇଗଲା ନାଲି ଓଢଣୀ। ସଵୁଦିନ ପାଇଁ ଶୋଇ ପଡିଥିବା ମିଛେଇ ଝିଅଙ୍କ ପଞ୍ଚଭୂତର ଶରୀର ଲୀନ ହେଲା ନିଜ ଗାଁ ମଶାଣିରେ। ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବାରେ ଜଳିଲା ଦୀପାଙ୍କ ଜୁଇ। ବାଲ୍ୟାମ୍ବା ଗ୍ରାମ ଶ୍ମଶାନରେ ଆଲବମ କୁଇନ ଦୀପା ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।

କର୍କଟରୋଗରେ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସୋମବାର ସବୁଦିନ ପାଇଁ ଆଖି ବୁଜିଛନ୍ତି ଲୋକପ୍ରିୟ ଆଲବମ କୁଇନ ଦୀପା ସାହୁ । ଭୁବନେଶ୍ୱରରୁ ତାଙ୍କ ମରଶରୀର ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଜନ୍ମ ମାଟିରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଲ୍ୟାମ୍ବା ଗ୍ରାମରେ ପହଁଚିଥିଲା ।

ଜଳିଲା ଦୀପାଙ୍କ ଜୁଇ, ଅଶ୍ରୁଳ ନୟନରେ ଅଭିନେତ୍ରୀଙ୍କୁ ଅନ୍ତିମ ବିଦାୟ

ଦୀପାଙ୍କ ମରଶରୀର ପହଞ୍ଚିବାପରେ ବାଲ୍ୟାମ୍ବା ଗ୍ରାମରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଶୋକରେ ଭାସି ଉଠିଥିଲା ସମ୍ପୂର୍ଣ୍ଣ ବାଲ୍ୟମ୍ବା ଗ୍ରାମ ଆଉ ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ । ଓଲିଉଡର ଚୁଲବୁଲି ନାୟିକା ତଥା ତାଙ୍କ ଗାଁ ମାଟିର ଫୁଲେଇ ଝିଅ ଦିପା ସାହୁଙ୍କୁ ଦେଖିବାକୁ ଲାଗିଥିଲା ତାଙ୍କ ଫ୍ୟାନ ମାନଙ୍କ ଭିଡ। ଝିପଝିପ ବର୍ଷାର ପ୍ରତିକୂଳ ପାଗ ସତ୍ତ୍ବେ ଦୀପାଙ୍କ ଅନ୍ତିମ ଦର୍ଶନ ପାଇଁ ବନ୍ଧୁ ବାନ୍ଧବଙ୍କ ଠାରୁ ଗାଁ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବେଶ ଭିଡ଼ ଲାଗିଥିଲା । ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ସ୍ୱାମୀ ମଣିନ୍ଦ୍ର ଦତ୍ତ ଦୀପାଙ୍କୁ ମୁଖାଗ୍ନି ଦେଇଥିଲେ । ଆଉ ଅଶ୍ରୁଳ ନୟନରେ ସମସ୍ତେ ଦୀପାଙ୍କୁ ଦେଇଥିଲେ ଅନ୍ତିମ ବିଦାୟ ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details