ଓଡିଶା

odisha

By

Published : Sep 16, 2020, 9:10 PM IST

ETV Bharat / state

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ ଘଟଣା, ଆକ୍ସନ ମୁଡରେ ସିଡିଏମଓ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ ଘଟଣାରେ ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ଚାକିରୀରୁ ବହିଷ୍କାର କରିଥିବାବେଳେ ଆୟୁଷ ଡାକ୍ତର ବିରୋଧରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ ଘଟଣା, ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ ଘଟଣା, ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣାରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ରୋଗୀଙ୍କର ମୃତ୍ୟୁ ଘଟଣାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତାରାଣୀ ମିଶ୍ର ଘଟଣାର ତଦନ୍ତ କରି ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ରିପୋର୍ଟରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ସମ୍ମୁଖରେ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ଘଟଣାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି । ସେଠାରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ।

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ ଘଟଣା, ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଅପରପକ୍ଷରେ ଘଟଣା ସମୟରେ କାର୍ଯ୍ୟରତ ଡାକ୍ତର ଡ. ସ୍ବାଗତିକା ସାହୁ ଜଣେ ଆୟୁଷ ଡାକ୍ତର ହୋଇଥିବାରୁ ତାଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଆକ୍ସନ ଟେକେନ ରିପୋର୍ଟ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହାସହ ଦାୟିତ୍ବରେ ଥିବା ସୁରକ୍ଷା ଏଜେନ୍ସିର ମୁଖ୍ୟଙ୍କୁ ମଧ୍ୟ ଏକ ଚରମପତ୍ର ପଠାଇଥିବା ପ୍ରକାଶ କରିଛନ୍ତି ସିଡିଏମଓ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details