ଓଡିଶା

odisha

ETV Bharat / state

କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ - ଢେଙ୍କାନାଳ କପିଳାଶ ମନ୍ଦିର

କପିଳାସ ବାରବାଙ୍କରେ ଓଲଟି ପଡିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ

By

Published : May 7, 2022, 10:57 AM IST

ଢେଙ୍କାନାଳ: କପିଳାସ ବାରବାଙ୍କରେ ଅଘଟଣ । ଦର୍ଶନ ପାଇଁ ଯାଉଥିବା ବେଳେ ଓଲଟି ପଡିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ମୃତକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର ସୁଜିତ ସେଠୀ । ସମସ୍ତ ଆହତ ମଧ୍ୟ ଅନୁଗୋଳର ହୋଇଥିବା ଜଣାପଡିଛି । ଅଟୋଟି କପିଳାଶ ବାରବାଙ୍କ ରାସ୍ତାର ୧୧ନଂ ବାଙ୍କରେ ଓଲଟି ପଡିଥିଲା ।

କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ

ସୂଚନାଅନୁଯାୟୀ ଗତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଏକ ଅଟୋରେ ୧୦ଜଣ ଯୁବକ କପିଳାସ ଦର୍ଶନ କରିବାକୁ ବାର ବାଙ୍କ ରାସ୍ତାରେ ଯାଉଥିଲେ । ୧୧ନଂ ବାଙ୍କରେ ଅଟୋଟି ଉଠି ନପାରି ପଛକୁ ଗଡି ବାଙ୍କ ପାର୍ଶ୍ଵ ପଥର ପାଚେରୀରେ ଧକ୍କା ହୋଇଥିଲା । ଫଳରେ ଅଟୋଟି ଓଲଟି ପଡିବାରୁ ଅଟୋ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ଗତ ରାତିରେ ଗନ୍ଦିଆ ପୋଲିସ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details