ଓଡିଶା

odisha

ETV Bharat / state

ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାରକୁ ଛାତ୍ରଛାତ୍ରୀଙ୍କ ବିରୋଧ - ବିଧାୟକ ସୁଧୀର ସାମଲଙ୍କ ସହ ଆଲୋଚନା

ଢେଙ୍କାନାଳ କଲେଜର ଅଟୋନମସ ପ୍ରତ୍ୟାହାର ପ୍ରସଙ୍ଗରେ କଲେଜରେ ଉତ୍ତେଜନା । ସମସ୍ୟା ସମାଧାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କଲେଜ ଗସ୍ତ । କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ସହ କଲେ ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

By

Published : Nov 9, 2019, 6:11 PM IST

ଢେଙ୍କାନାଳ: ଚଳିତ 2019-20 ଶିକ୍ଷାବର୍ଷରୁ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର କରାଯିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚିଠି ଆସିବା ପରେ କଲେଜରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ଶନିବାର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ବିନ ମିଶ୍ର କଲେଜକୁ ଯାଇ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

କଲେଜର ଛାତ୍ରଛାତ୍ରୀମାନେ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ଏହାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାର ପ୍ରତ୍ୟାହାରକୁ ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details