ଢ଼େଙ୍କାନାଳ :ଢ଼େଙ୍କାନାଳ ସହରର ରଗଡ଼ି ସାହିରେ ଘଟିଥିଲା ଅଘଟଣ । ଜଣେ ଯୁବକ କୂଅ ପାଖରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ କୂଅରେ ପଡିଯାଇଥିଲେ । ଫଳରେ ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀର ସହାୟତା ଲୋଡିଥିଲେ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରେ ଖସି ପଡ଼ିଥିବା ଯୁବକଙ୍କୁ ଜୀବନ୍ତ ଓ ସୁରକ୍ଷିତ ଉଦ୍ଧାର କରିଥିଲେ ।
କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ - ଉଦ୍ଧାର ହେଲେ ଯୁବକ
ଢେଙ୍କାନାଳ ସହର ରଗଡ଼ିସାହିରେ ଅଘଟଣ । କୂଅ ପାଖରେ ଗାଧୋଉଥିବାବେଳେ ଅସାବଧାନତାବଶତଃ କୂଅରେ ପଡ଼ିଯାଇଥିଲେ ଯୁବକ । ଅଧିକ ପଢ଼ନ୍ତୁ
କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ
କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଯୁବକ
ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ରଗଡି ସାହିର ବିକାଶ ରଞ୍ଜନ ସାହୁ(୨୫) । କୂଅର ଗଭୀରତା ପ୍ରାୟ ୨୫ ଫୁଟ ରହିଥିଲା । କୂଅ ଭିତରୁ ଯୁବକଙ୍କୁ ମାତ୍ର ୨ରୁ ୩ ମିନିଟ୍ ମଧ୍ୟରେ ଜୀବନ୍ତ ଓ ସୁରକ୍ଷିତ ଉଦ୍ଧାର କରାଯାଇଛି। ପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣଙ୍କର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ