ଓଡିଶା

odisha

By

Published : Jun 15, 2021, 10:53 PM IST

ETV Bharat / state

କୋଭିଡ ଲକଡାଉନରେ ଜବରଦଖଲରେ ସ୍କୁଲ, ଶ୍ରେଣୀ କକ୍ଷ ପାଲଟିଛି ଗାଈ ଗୁହାଳ

ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଲକଡାଉନରେ ସ୍କୁଲ ବନ୍ଦ ଥିବାବେଳେ ଗାଈ ଗୁହାଳରେ ହୋଇଛି ପରିଣତ । ତଦନ୍ତ ଦାବି କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

କୋଭିଡ ଲକଡାଉନର ପ୍ରଭାବ, ବିଦ୍ୟାଳୟ ପାଲଟିଛି ଗାଇ ଗୁହାଳ
କୋଭିଡ ଲକଡାଉନର ପ୍ରଭାବ, ବିଦ୍ୟାଳୟ ପାଲଟିଛି ଗାଇ ଗୁହାଳ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ସୁସ୍ଥ ପରିବେଷରେ ଦିନେ ପିଲାମାନେ ପାଠ ପଢୁଥିଲେ, ଆଉ ନିଜର ଭବିଷ୍ୟତ ଗଢିବା ପାଇଁ ଆସୁଥିଲେ, ସେଠାରେ ଆଜି ଗାଈଗୋରୁ ରହୁଛନ୍ତି । ବିଦ୍ୟାଳୟର ଗ୍ବହରେ ଏବଂ ବାହାରେ ସବୁଠାରେ ଗାଈର ଗୋବର ଦୁର୍ଗନ୍ଧରେ ପରିବେଶ ଫାଟିପଡୁଛି । ଏପରି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପ୍ରାଥମିକ ବିଦ୍ୟାଳୟରେ ।

କୋଭିଡ ଲକଡାଉନରେ ଜବରଦଖଲରେ ସ୍କୁଲ, ଶ୍ରେଣୀ କକ୍ଷ ପାଲଟିଛି ଗାଈ ଗୁହାଳ

ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢନ୍ତି । କୋରୋନା ମହାମାରୀକୁ ନେଇ ରାଜ୍ୟରେ ବିଦ୍ୟାଳୟ ଗୁଡିକ ବନ୍ଦ ପଡିଥିବାରୁ ଏହିପରି ସମସ୍ୟା ଦେଖାଦେଇଛି । ଅଧିକାଂଶ ସ୍ଥାନରେ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ଲୋକମାନେ ଏପରି ବେପରୁଆ କାର୍ଯ୍ୟ କରିବା ସହ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ ମଧ୍ୟ ପଛାଉ ନାହାନ୍ତି ।

ଏହି ବିଦ୍ୟାଳୟରେ 24 ଘଣ୍ଟା ଫାଟକ ଖୋଲା ରହିବା କାରଣରୁ ଗାଈଗୋରୁ ଭିଡ ହେଉଥିବା ଅଞ୍ଚଳବାସୀ ଜଣାଇଛନ୍ତି। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଜ୍ଞାତ ସାରରେ ଏହିପରି ଘଟଣା ଘଟିଛି ନା କିଏ ଯୋର ଜବରଦସ୍ତି ବିଦ୍ୟାଳୟରେ ଗାଇଗୋରୁ ବାନ୍ଧୁଛନ୍ତି ତାହା ଯାଞ୍ଚ କଲେ ପଦାକୁ ଆସିବ ବୋଲି ସାଧାରଣରେ କୁହାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details