ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅନନ୍ତପୁର ବାଲିବୋ ପଞ୍ଚାୟତରେ ଓଲଟିଲା ପିକଅପ ଭ୍ୟାନ। ଫଳରେ ଭ୍ୟାନରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି। ବାଲିବୋ ପଞ୍ଚାୟତରେ କାନଖାଇ ଗ୍ରାମର ଶିବ ମନ୍ଦିର ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତାରେ କିଛି ଶ୍ରମିକଙ୍କୁ ନେଇ ଏକ ପିକଅପ ଭ୍ୟାନ ଯାଉଥିଲା। ତେବେ ଅଚାନକ ଭାରସାମ୍ୟ ହରାଇବାରୁ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଭ୍ୟାନରେ ଥିବା 4 ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଏବଂ ଭୁବନ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସେପଟେ ଗୁରୁତର 4ଜଣ ତାଳଚେର ସମଲ ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ପ୍ରଧାନ, ଵିଜୟ ବେହେରା, ଦିଲେଶ୍ବର ନାୟକ ଓ ଯାଜପୁର ଜିଲ୍ଲା କାଳିଆପାଣୀ ଅଞ୍ଚଳରୁ ସାଙ୍ଗି ମୁଣ୍ଡା ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ତା ଅଧିକ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।