ଓଡିଶା

odisha

ETV Bharat / state

ଢେଙ୍କାନାଳରେ ବୀଭତ୍ସ ହତ୍ୟାକାଣ୍ଡ, ଆଖି ତାଡ଼ି ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ - ଆଖି ତାଡ଼ି ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ଢେଙ୍କାନାଳ ନିହଲପ୍ରସାଦରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଆଖି ତାଡିନେବା ସହ ଗୁପ୍ତାଙ୍ଗ କାଟି ଦେଇଛନ୍ତି ଦୁର୍ବୁତ୍ତ । ହତ୍ୟା ପରେ ଘର ବାହାରେ ଫୋପାଡିଛନ୍ତି । ହତ୍ୟାକାରୀଙ୍କୁ ଧରିବା ଦାବିରେ ମୃତଦେହ ରଖି ନିତ୍ୟାନନ୍ଦପୁର ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

A person killed by some unidentified people
ଢେଙ୍କାନାଳରେ ବିଭତ୍ସ ହତ୍ୟାକାଣ୍ଡ

By

Published : Dec 13, 2019, 5:06 PM IST

ଢେଙ୍କାନାଳ: ନିହଲପ୍ରସାଦ ଥାନାର ନିତ୍ୟାନନ୍ଦପୁରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏହି ଅଞ୍ଚଳର ଜଣେ ଯୁବକକୁ ଦୁର୍ବୁତ୍ତମାନେ ହତ୍ୟା କରିବା ପରେ ମୃତଦେହକୁ ତାଙ୍କ ଘରେ ଫୋପାଡି ଦେଇ ପଳାଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାସ୍ତାରେ ଟାୟାର ଜାଳି ନିହଲପ୍ରସାଦ ଚଡେଇଧରା ମୁଖ୍ୟ ରାସ୍ତା ଅବରୋଧ କରି ହତ୍ୟାକାରୀଙ୍କୁ ଠାବ କରିବା ଦାବିରେ ଅଡି ବସିଛନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

ଢେଙ୍କାନାଳରେ ବିଭତ୍ସ ହତ୍ୟାକାଣ୍ଡ


ମୃତକ ଯୁବକ ଜଣକ ସ୍ଥାନୀୟ ନିତ୍ୟାନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡି ନାହିଁ। ତେବେ ଦୁର୍ବୁତ୍ତମାନେ ତାଙ୍କ ଆଖି ତାଡି ଦେଇଥିବା ବେଳେ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି । ଗଳାଚିପି ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ମୃତଦେହକୁ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଗତରାତ୍ରିରେ ଫୋପାଡି ଦେଇଥିବା ଜଣାପଡିଛି। ମୃତ ପୂର୍ଣ୍ଣଙ୍କ ସ୍ତ୍ରୀ ଓ ପିଲାଛୁଆ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ବେଳେ ଘରେ କେହି ନଥିବାରୁ ଆଜି ସକାଳେ ପଡୋଶୀମାନେ ତାଙ୍କ ମୃତଦେହ ଘର ଆଗରେ ପଡିଥିବା ଦେଖିବାକୁ ପାଇଥିଲେ।


ପୂର୍ଣ୍ଣ ସ୍ଥାନୀୟ ଅଞ୍ଚଳରେ ଥିବା ଅରୁଣ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। ତେବେ ତାଙ୍କୁ ଏପରି ବିଭତ୍ସ ହତ୍ୟାର କାରଣ ଓ ହତ୍ୟାକାରୀଙ୍କୁ ତୁରନ୍ତ ଠାବ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳକୁ ନିହଲପ୍ରସାଦ ଥାନା ପୋଲିସ ଓ ଢେଙ୍କାନାଳରୁ ଏସଡିପିଓ ପୋଲିସ ଫୋର୍ସ ନେଇ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ତେବେ ରାସ୍ତା ଅବରୋଧ ଯୋଗୁଁ ନିହଲପ୍ରସାଦ ଓ ଚଢେଇଧରା ଦେଇ ଯାଜପୁର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details