ଢେଙ୍କାନାଳ: ନଦୀ ପାର ହେବା ବେଳେ ଭାସିଗଲେ ବୃଦ୍ଧ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏପରି ଘଟଣା । ମୃତକ ଜଣକ କାମାକ୍ଷନଗର ଥାନା ଗୁଣ୍ଡିଚାନାଳି ଗ୍ରାମର ପ୍ରମୋଦ ନାୟକ ବୋଲି ଜଣାପଡିଛି।
ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ - ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
ସୂଚନା ମୁତାବକ, ପ୍ରମୋଦ ମଙ୍ଗଳବାର ଦିନ ୨ ଟା ସମୟରେ ନଦୀ ପାର ହୋଇ କରଡାବେରେଣି ଗ୍ରାମକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ତେବେ ବୁଧବାର ସେହି ନଦୀ କୂଳରେ ପ୍ରମୋଦଙ୍କ ମୃତ ଦେହ ଭାସୁଥିବା ଗ୍ରାମର କିଛି ଲୋକ ଦେଖି ତାଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲ ପଠାଇ ଅଧକ ତଦନ୍ତ ଚଳାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ