ଓଡିଶା

odisha

ETV Bharat / state

୫୦ ହଜାର ଟଙ୍କା ସହ ବିପୁଳ ପରିମାଣର ଦେଶୀ ମଦ ଜବତ - seized with Rs 50,000

ଢେଙ୍କାନାଳ ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରି ବେଲଟିକିରି ଓ ସିମିଳିଆରୁ ୫୦ହଜାର ଟଙ୍କା ସହ ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛନ୍ତି । ଏହାସହ ମାରୁତି ଅଲଟୋ କାର ଓ ସ୍କୁଟି ସହ ୪ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି । ଆହୁରି ପଢନ୍ତୁ...

A large quantity of local liquor was seized  with Rs 50,000
୫୦ହଜାର ଟଙ୍କା ସହ ବିପୁଳ ପରିମାଣର ଦେଶୀ ମଦ ଜବତ

By

Published : Apr 22, 2020, 6:57 PM IST

ଢେଙ୍କାନାଳ: ଢେଙ୍କାନାଳ ଅବକାରୀ ସ୍ପେସାଲ ସ୍କ୍ୱାର୍ଡର ଚଢ଼ାଉ କରି ବେଲଟିକିରି ଓ ସିମିଳିଆରୁ ୫୦ହଜାର ଟଙ୍କା ସହ ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛନ୍ତି । ଏହାସହ ମାରୁତି ଅଲଟୋ କାର ଓ ସ୍କୁଟି ସହ ୪ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।

୫୦ହଜାର ଟଙ୍କା ସହ ବିପୁଳ ପରିମାଣର ଦେଶୀ ମଦ ଜବତ

ଲକଡାଉନରେ ମଦ ଦୋକାନ ବନ୍ଦର ସୁଯୋଗ ନେଇ ଚୋରା ମଦ ମାଫିଆମାନେ ସକ୍ରିୟ ହୋଇପଡିଛନ୍ତି । ଫଳରେ ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢ଼ାଉ ଜାରି ରହିଛି ।

୫୦ହଜାର ଟଙ୍କା ସହ ବିପୁଳ ପରିମାଣର ଦେଶୀ ମଦ ଜବତ

ତେବେ ଅବକାରୀ ବିଭାଗର ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମ ନିକଟରୁ ଏକ ମାରୁତି ଅଲଟୋ କାରକୁ ଜବତ କରିଛି । ଏହି କାରରୁ ୩ଶହ ଲିଟର ଚୋରା ଦେଶୀ ମଦ ସହ ବିକ୍ରି କରି ଥିବା ୫୦ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

ଉକ୍ତ କାରର ଡ୍ରାଇଭର ଜିତେନ୍ଦ୍ର ମଲ୍ଲିକ ଫେରାର ହୋଇଯାଇଥିବା ବେଳେ ଟୁକୁନା ବେହେରା ଓ ପ୍ରକାଶ ଦେହୁରୀଙ୍କୁ ଗିରଫ କରାଯାଇଛି । ଏମାନେ ଗଁନ୍ଦିଆ ଥାନା ଅନ୍ତର୍ଗତ ଗୋରଡ଼ାପାଳ ଗ୍ରାମର ବୋଲି ଜଣାପଡିଛି ।

ସେହିପରି ଢେଙ୍କାନାଳ ସହରର ସିମିଳିଆ ନିକଟରୁ ଏକ ସ୍କୁଟିକୁ ଜବତ କରି ୬୦ଲିଟର ମଦ ଜବତ କରିଛନ୍ତି । ସ୍କୁଟିରେ ଏହି ଚୋରା ଦେଶୀ ମଦ ନେଇଯାଉଥିବା ସିମିଳିଆର ନକୁଳ ଦେହୁରୀ ଓ ବିଭୁନା ଦେହୁରୀଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details