ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ସାପୁଆ ନାଳ ନିକଟରୁ ୫ କେଜି ହରିଣ ମାଂସ ଜବତ ସହ ଜଣକୁ ଗିରଫ କଲା ବନବିଭାଗ। ହରିଣ ଶିକାର କରି ମାଂସ ବିକ୍ରି କରୁଥିବାବେଳେ ବନ ବିଭାଗ ଚଢ଼ାଉ କରିଥିଲା ।
୫ କେଜି ହରିଣ ମାଂସ ଜବତ, ଜଣେ ଶିକାରୀ ଗିରଫ - hunter arrested
ଢେଙ୍କାନାଳ ସାପୁଆ ନାଳ ନିକଟରୁ ୫ କେଜି ହରିଣ ମାଂସ ଜବତ । ମାମଲାରେ ଜଣକୁ ଗିରଫ କଲା ହିନ୍ଦୋଳ ବନବିଭାଗ । ଅଧିକ ପଢନ୍ତୁ...
୫କେଜି ହରିଣ ମାଂସ ସହ ଜଣେ ଶିକାରୀ ଗିରଫ
ଗିରଫ ଶିକାରୀ ଜଣଙ୍କ କୁଳିଆ ତୋଟା ଗ୍ରାମର ବାଉରୀ ପ୍ରଧାନ ବୋଲି ଜଣାପଡିଛି । ତାଙ୍କ ନିକଟରୁ ୫ କିଲୋଗ୍ରାମର ହରିଣ ମାଂସ , ଛୁରୀ ଆଦି ଜବତ କରାଇଛନ୍ତି ହିନ୍ଦୋଳ ବନ କର୍ମଚାରୀ । ବାଉରୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ