ଢେଙ୍କାନାଳ: ଗତକାଲି ରାତିରୁ ହୁ ହୁ ହୋଇ ଜଳୁଥିଲା ଜଙ୍ଗଲ । ଆଉ ନିଦରେ ଶୋଇ ରହିଥିଲା ବନ ବିଭାଗ । ଢେଙ୍କାନାଳ ସହର ଉତ୍ତର ଦିଗକୁ ଲାଗି ରହିଛି ମେଘା ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲରେ ନିଆଁ ଲାଗି କ୍ରମଶଃ ଭୟଙ୍କର ରୁପ ଧାରଣ କରୁଥିଲା ।
ଜଙ୍ଗଲରେ ରହିଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ଯେପରି ଶାଗୁଆନ, ଶାଳ ଓ ପିଆଶାଳ ଆଦି ଜଳି ଯାଇଥିଲା । ଜଙ୍ଗଲ ଜୀବଜନ୍ତୁ ପ୍ରାଣ ବିକଳରେ ଏଣେତେଣେ ପଳାଉଥିଲେ । ଏହି ନିଆଁ କ୍ରମଶଃ ମାଡି ସହରର ଶ୍ୟାମଚରଣପୁର, ଇଛାଦେଇପୁର, କୁଞ୍ଜକାନ୍ତ ଓ ବୋରାପଦା ଆଦି ବସ୍ତି ଆଡକୁ ଯାଉଥିଲା ।