ଓଡିଶା

odisha

ETV Bharat / state

ହାତୀ ଉଦ୍ଧାର କେନ୍ଦ୍ରରେ ଆଖି ବୁଜିଲା ‘ହିରୋ’

କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ...

ହାତୀ ଉଦ୍ଧାର କେନ୍ଦ୍ରରେ ଛୁଆ ହାତୀର ମୃତ୍ୟୁ
ହାତୀ ଉଦ୍ଧାର କେନ୍ଦ୍ରରେ ଛୁଆ ହାତୀର ମୃତ୍ୟୁ

By

Published : May 13, 2021, 10:38 PM IST

ଢେଙ୍କାନାଳ: କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡ଼ିଛି । ତେବେ ଛୁଆ ହାତୀର ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଗୁରୁବାର ଅପରାହ୍ଣରେ ଅଚାନକ ହାତୀର ମୃତ୍ୟୁ ଘଟିଥିବା ନେଇ ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଛୁଆ ହାତୀର ମୃତଦେହ ବ୍ୟବଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ବର୍ତ୍ତମାନ ହାତୀ ମୃତଦେହକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ମୃତ ହାତୀଛୁଆ ହିରୋକୁ ଗତ ଜୁନ ମାସ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟରୁ ଉଦ୍ଧାର କାରାଯାଇଥିଲା । ଏହାପରେ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲାଳନ ପାଳନ ପାଇଁ ଅଣାଯାଇଥିଲା ।

ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି । ହାତୀ ଛୁଆଟିର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ବନ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details