ଢେଙ୍କାନାଳ:ଢେଙ୍କାନାଳ ଅନ୍ତର୍ଗତ ଦୟଣାବିଲ ଗାଁ ନିକଟ ଡମଶାଳ ନାଳରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ଜଣଙ୍କର ପରିଚୟ ମିଳି ପାରିନାହିଁ। ଗାଁ ଲୋକେ ମୃତଦେହଟି ନାଳରେ ଭାସୁଥିବା ଦେଖିଥିଲେ। ପରେ ଭୁବନ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ।
ନାଳରୁ ଅଚିହ୍ନା ମୃତଦେହ ଉଦ୍ଧାର - dead body recovered
ଢେଙ୍କାନାଳରୁ ଏକ ନାଳରୁ ଅଚିହ୍ନା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....
ଢେଙ୍କାନାଳରୁ ଅଚିହ୍ନା ମୃତଦେହ ଉଦ୍ଧାର
ଢେଙ୍କାନାଳରୁ ଅଚିହ୍ନା ମୃତଦେହ ଉଦ୍ଧାର
ଡାକ୍ତରଖାନାରେ ଭୁବନ ପୋଲିସ ପହଞ୍ଚିଛି । ମୃତକଙ୍କ ପରିଚୟ ସହ କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି । ମୃତକଙ୍କର ବୟସ ୬୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ