ଓଡିଶା

odisha

ETV Bharat / state

ଜମି କେଳେଙ୍କାରୀ : ମହିଳାଙ୍କ ସମେତ 5 ଗିରଫ - ଢେଙ୍କାନାଳ ଜମି ହଡପ ଖବର

ଜମି ମାଲିକ ଆଖିରେ ଧୂଳି ଦେଇ ୬୫ ଲକ୍ଷ ଟଙ୍କାରେ ଜମି ବିକି ଦେଲେ ମାଫିଆ । ଟାଉନ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଜଣେ ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଜମିକୁ ଜାଲିଆତି କରି 65 ଲାକ୍ଷରେ ବିକ୍ରୀ
ଜମିକୁ ଜାଲିଆତି କରି 65 ଲାକ୍ଷରେ ବିକ୍ରୀ

By

Published : Jul 8, 2022, 11:06 PM IST

ଢେଙ୍କାନାଳ: ଜମି ମାଲିକ ଜାଣିନାହାନ୍ତି, ହେଲେ ଏପଟେ ଜମିକୁ ଦଲାଲ ମାନେ ସବ-ରେଜିଷ୍ଟାରଙ୍କ ସହଯୋଗରେ ବିକ୍ରୀ କରିଦେଇଛନ୍ତି । ଢେଙ୍କାନାଲ ଟାଉନ ଥାନାରେ ଅଭିଯୋଗ ପରେ ଏପରି ଏକ ଦୁର୍ନିତୀର ପର୍ଦ୍ଦାଫାଶ ହୋଇଛି । ଫଳରେ ଟାଉନ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଦଲାଲ ଗୋଷ୍ଠୀ ମଧ୍ୟରୁ ଜଣେ ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ କଟକ ମାନପୁର ଥାନା ଅଞ୍ଚଳର ଗୋଲାପ ନାୟକ, ଢେଙ୍କାନାଳ ଟାଉନର ଅସଫାର ଖାଁ, ଦିବ୍ୟଲୋଚନ ବେହେରା, ରମେଶ ମଲ୍ଲିକ ଓ ତ୍ରିଲୋଚନ ସ୍ବାଇଁ ।

ଜମିକୁ ଜାଲିଆତି କରି 65 ଲାକ୍ଷରେ ବିକ୍ରୀ

ସେମାନଙ୍କ ଠାରୁ ପୋଲିସ 2 ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ପୂର୍ବତନ ସବ ରେଜିଷ୍ଟାର ତଥା ବର୍ତ୍ତମାନର ଭୂ-ଅଧିଗ୍ରହଣ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ରଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି । ତେବେ ଏହି ଜମି କେଳେଙ୍କାରୀର ଦୁଇ କିଙ୍ଗପିନ ଫେରାର ଥିବା ବେଳେ ଟାଉନ ପୋଲିସ ଛାନଭିନ ଆରମ୍ଭ କରିଛି । ଅଭିଯୋଗ ମୁତାବକ କଟକରେ ରହୁଥିବା ସଦର ଥାନା ଅନ୍ତର୍ଗତ ଗଦାଶିଳା ଗାଁର ଉର୍ବଶ୍ରୀ ମହାନ୍ତିଙ୍କ ଦକ୍ଷିଣକାଳୀ ଅଞ୍ଚଳର ଥିବା ଅଢେଇ ଗୁଣ୍ଠ ଜମିକୁ କେହି ଦୁର୍ବୃତ୍ତ ୬୫ ଲକ୍ଷ ଟଙ୍କାରେ ବିକ୍ରୀ କରିଦେଇଥିଲେ । ଢେଙ୍କାନାଳ ସବ ରେଜିଷ୍ଟାର ସ୍ମୃତିରଞ୍ଜନ ମହାପାତ୍ର ଗତ ଜାନୁଆରୀ ମାସରେ ଦାୟିତ୍ବରେ ଥିବା ବେଳେ ତାଙ୍କ ସଲାସୁତରାରେ ଦଲାଲ ମାନେ ଜମି ବିକ୍ରୀ କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଉନ ଥାନାରେ ଜମି ମାଲିକ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details