ଢେଙ୍କାନାଳ:ଚାହୁଁଚାହୁଁ ଖାଲି ହୋଇଗଲା ଗୋଟିଏ ଟ୍ରିପ ବିଅର । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ମଧ୍ୟ ଛାଡିଲେନି ସ୍ଥାନୀୟ ଲୋକେ । ଓଲଟି ପଡିଥିବା ଟ୍ରକରୁ ସମସ୍ତ ବିଅର ବୋହିନେଇ ପଳାଇଲେ ଲୋକେ । ଏପରି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗୁଲେହି ଛକ ନିକଟରେ ।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଚୌଦ୍ଵାରରୁ ଅନୁଗୋଳ ଆଡ଼କୁ ଯାଉଥିଲା । ଟ୍ରକରେ ବୋଝେଇ ଥିଲା ଶତାଧିକ ବିଅର ପେଟି । ଭାରସାମ୍ୟ ହରାଇ ଗୁଲେହି ଛକ ନିକଟସ୍ଥ ଏକ ବ୍ରିଜ ତଳକୁ ଓଲଟି ପଡିଥିଲା ଟ୍ରକଟି । ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା ।