ଢେଙ୍କାନାଳ: ପୋଖରୀରେ ବୁଢି ଚାରି ବର୍ଷର ଶିଶୁର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ବଳରାମପୁରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ପୋଖରୀରେ ବୁଡି ଚାରି ବର୍ଷ ଶିଶୁର ମୃତ୍ୟୁ - ଢେଙ୍କାନାଳ ଖବର
ପୋଖରୀରେ ବୁଡି ୪ ବର୍ଷ ଶିଶୁର ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...
![ପୋଖରୀରେ ବୁଡି ଚାରି ବର୍ଷ ଶିଶୁର ମୃତ୍ୟୁ A 4-year-old boy drowned in a pond](https://etvbharatimages.akamaized.net/etvbharat/prod-images/768-512-9681520-thumbnail-3x2-je.jpg)
ପୋଖରୀରେ ବୁଡି ୪ ବର୍ଷ ଶିଶୁର ମୃତ୍ୟୁ
ପୋଖରୀରେ ବୁଡି ୪ ବର୍ଷ ଶିଶୁର ମୃତ୍ୟୁ
ସୂଚନାଅନୁସାରେ,ବଳରାମପୁର କମାର ସାହିର ମିଲୁ ଜେନାଙ୍କ ଚାରିବର୍ଷର ଶିଶୁପୁତ୍ର ଗୁରୁବାର ସନ୍ଧ୍ୟାରେ ଗାଁ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲା । ତେବେ ସେ ଘରକୁ ନଫେରିବାରୁ ତାକୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ପରେ ସନ୍ଦେହକରି ଗ୍ରାମବାସୀ ଜାଲ ସାହାଯ୍ୟରେ ପୋଖରୀରେ ଖୋଜିବାରୁ ଶିଶୁଟିକୁ ପୋଖରୀରୁ ଉଦ୍ଧାର କରିଥିଲେ । ପରେ ତାକୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ