ଢେଙ୍କାନାଳ: ସାରା ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳରେ ଢେଙ୍କାନାଳରେ ଜିଲ୍ଲାରୁ ପୁଣି ୯ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଅନ୍ୟପଟେ ଦୁଇ ଜଣ ସୁସ୍ଥ ହୋଇଥିବା ଖବର ରହିଛି ।
ମିଳିଥିବା ସୂଚନା ମୁତାବକ ଏହି ୯ ପଜିଟିଭଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକ କୁମୁସି ସଙ୍ଗରୋଧ କେନ୍ଦ୍ରରୁ ୫ ଓ ସାଆନ୍ଦା ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏଥିସମେତ ଓଡ଼ପଡା ବ୍ଲକ ମେରମୁଣ୍ଡଳୀ ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଚିହ୍ନଟ ବୋଲି ଜଣାପଡିଛି । ସମସ୍ତ ଚିହ୍ନଟ ରାଜ୍ୟ ବାହାରୁ ଆସିଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ, ୩ଜଣ ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନରୁ ଜଣେ ଲେଖାଏଁ ଫେରିଥିଲେ । ଗତ ୨୧ତାରିଖରେ ସମସ୍ତଙ୍କର ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୨୨ତାରିଖରେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।