ଢେଙ୍କାନାଳ: ଜିଲ୍ଲାରେ ପ୍ରତ୍ୟେକ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଗୁରୁବାର ଢେଙ୍କାନାଳରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୮୩୬ରେ ପହଞ୍ଚିଛି ।
ଏହି ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ ୬୨, ସ୍ଥାନୀୟ ସଂକ୍ରମିତ ୧୬ ଓ ଅନ୍ୟ ୮ ଜଣ କଟକ ଓ ଭୁବନେଶ୍ବର ହସପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ୧୯, ସଦରରୁ ୮, କାମାକ୍ଷାନଗର ଓ ଭୁବନ ଏନଏସିରୁ ୯ ଜଣ ଲେଖାଏଁ, ଓଡାପଡାରୁ ୧୫ ଜଣ, ପରଜଙ୍ଗରୁ ୬ ଜଣ, କାମାକ୍ଷାନଗର ଏନଏସିରୁ ୧୦, ଗଦିଁଆ ଓ ହିନ୍ଦୋଳବ୍ଳକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।