ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ହୋଇଥିବାବେଳେ ଆଜି (ଶନିବାର) ଜିଲ୍ଲାରେ ପୁଣି ୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ଜଣେ, ହୋମକ୍ବାରେଣ୍ଟାଇନରୁ ୫୪ ଜଣ, ସ୍ଥାନୀୟ ସଂକ୍ରମିତ ୧୭, କଟକ ଓ ଭୁବନେଶ୍ବର ହସ୍ପିଟାଲରୁ ୮ ଜଣ ପଜିଟିଭ ଚିହ୍ନଟ କରାଯାଇଛି ।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ, ସଦର ଓ ଭୁବନରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଙ୍କଡାହାଡ ଓ ଭୁବନ ଏନଏସିରୁ ଜଣେ ଲେଖାଏଁ, ଓଡପଡାରୁ ୨୨, ପରଜଙ୍ଗରୁ ୧୩, ହିନ୍ଦୋଳରୁ ୩, କାମାକ୍ଷାନଗରରୁ ୭, ଗଦିଁଆରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।