ଢେଙ୍କାନାଳ:ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଶିକ୍ଷାନୁଷ୍ଠାନଗୁଡିକରୁ ମଧ୍ୟ ପଜିଟିଭ ମାମଲା ପ୍ରକାଶ ପାଇବାରେ ଲାଗିଛି । ସେହିପରି ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ କରାଯାଇଥିବା ରାଣ୍ଡମ ଟେଷ୍ଟରେ କୁଞ୍ଜକାନ୍ତ ଅଞ୍ଚଳସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ 8 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଲଳିତ ନଗର ଓ ଗାନ୍ଧୀ ମନ୍ଦିର ଅଞ୍ଚଳରୁ ମଧ୍ୟ ଆଉ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଯାହାକୁ ମିଶାଇ ଢେଙ୍କାନାଳ ପୌରସଂସ୍ଥାରେ ମୋଟ ୧୦ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳରେ କୋରୋନା ଲହର, 10 ପଜିଟିଭ ଚିହ୍ନଟ - ଢେଙ୍କାନାଳ ପୌରସଂସ୍ଥା
ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ 8 ଜଣ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
ଗତ ସୋମବାର କୁଞ୍ଜକାନ୍ତ ଅଞ୍ଚଳସ୍ଥିତ ବିଦ୍ୟାର୍ଥୀ ହଷ୍ଟେଲରେ ପ୍ରାୟ ୩ ଶହ ପିଲାଙ୍କର ଆର୍ଟିଫିସିଆଲ ଟେଷ୍ଟିଂ କରାଯାଇଥିଲା । ଯାହାପରେ 8 ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଘଟଣା ପରେ ପୌରସଂସ୍ଥା ପକ୍ଷରୁ ଏହି ହଷ୍ଟେଲକୁ ସାନିଟାଇଜ କରିବା ସହ ଚିହ୍ନଟ ପିଲାମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏପରିକି ୭ ଦିନପରେ ପୁଣି ସମସ୍ତ ପିଲାମାନଙ୍କର ଆଉଥରେ ଟେଷ୍ଟିଂ କରାଯିବ ଓ ପୌରାଞ୍ଚଳର ଅନ୍ୟ ସମସ୍ତ କଲେଜ ହଷ୍ଟେଲ ଓ ମେସ ଆଦି ସ୍ଥାନରେ ରାଣ୍ଡମ ଟେଷ୍ଟିଂ କରାଯିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ପୌରନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ